୮ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ଅନ୍ୟର ପାଦ ତଳେ ଆଶ୍ରୟ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ..!

ନୂଆଦିଲ୍ଲୀ -: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ବିଧାନସଭାରେ ମହାନଗର ନିଗମ ନିର୍ବାଚନକୁ ସ୍ଥଗିତ ରଖିବା ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଯେ ବିଜେପିର ଲୋକମାନେ ଭୟଭୀତ । ଯଦି ସେମାନଙ୍କର ସାହାସ ଅଛି, ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଦେଖାନ୍ତୁ ।
ବିଜେପିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ବିଜେପି କହୁଛି ସେ ହେଉଛି ବିଶ୍ୱର ସବୁଠାରୁ ବଡ ଦଳ ଏବଂ ଆମେ ଦୁନିଆର ସବୁଠାରୁ ଛୋଟ ଦଳ । ବଡ଼ ଦଳ ହୋଇ ବି ବିଜେପି ଭୟଭୀତ । ଦୁନିଆର ସବୁଠୁ ବଡ ଦଳ ଛୋଟ ଦଳକୁ ଡରୁଛି । ଯଦି ଆପଣଙ୍କର ସାହସ ଅଛି, ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଏହାକୁ ଜିତି ଦେଖାଅ ।

Advertisement

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଉପରେ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ନେତାମାନେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ପୋଷ୍ଟର ଲଗାଉଛନ୍ତି । ଏହି ଚଳଚ୍ଚିତ୍ରର ପ୍ରଚାର ବିଜେପି ବନ୍ଦ କରିବା ଉଚିତ୍ । କିଛି ଲୋକ ଏହି ଚଳଚ୍ଚିତ୍ର ନାଁରେ କୋଟି କୋଟି ଆୟ କରିଛନ୍ତି ଏବଂ ବିଜେପି ପୋଷ୍ଟର ଲଗାଉଛି । ୮ବର୍ଷ କ୍ଷମତାରେ ରହି ଯଦି କୈାଣସି ପ୍ରଧାନମନ୍ତ୍ରୀଙ୍କୁ ବିବେକ ଅଗ୍ନିହୋଟ୍ରିଙ୍କ ପାଦତଳେ ଆଶ୍ରୟ ନେବାକୁ ପଡୁଛି, ଏହାର ଅର୍ଥ ହେଉଛି ପ୍ରଧାନମନ୍ତ୍ରୀ ୮ବର୍ଷ ମଧ୍ୟରେ କୈାଣସି କାର୍ଯ୍ୟ କରିନାହାଁନ୍ତି । ‘ଦ କଶ୍ମୀର ଫାଇଲ୍ସ’କୁ ଟିକସ ମୁକ୍ତ କରିବା ପାଇଁ କାହିଁକି ଦାବି କରାଯାଉଛି । ଏହାକୁ ୟୁଟ୍ୟୁବରେ ଅପଲୋଡ୍ କରାଯିବା ଉଚିତ, ଯାହା ଦ୍ୱାରା ସମସ୍ତେ ଏହାକୁ ସହଜରେ ଦେଖିପାରିବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!