୧୦ ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଯାଉଥିଲେ, ଭିଜିଲାନ୍ସ ଅତର୍କିତ ଚଢାଉକଲେ ତା ପରର ଅବସ୍ଥା କ’ଣ ହେଲା ଆସନ୍ତୁ ଜାଣିବା

ମାଲକାନଗିରି -: ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ଆଶିଷ କୁମାର ଦାସ ଭିଜିଲାନସ ଜାଲରେ ଫସିଛନ୍ତି । ଆଜି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସ୍ଥାନୀୟ ଡିସିବି ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ବେଳେ ଭିଜିଲାନସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଶ୍ରୀ ଦାସଙ୍କୁ କାବୁ କରାଯାଇଛି । ଏଥିସହ ଶ୍ରୀ ଦାସଙ୍କ କ୍ୱାଟର ଏବଂ ଅଫିସରେ ମଧ୍ୟ ଚଢାଉ କରାଯାଇଛି । ବର୍ତ୍ତମାନ ମାର୍ଚ୍ଚ ମାସ ଚାଲିଥିବା ବେଳେ କାମଗୁଡିକର ବିଲ କରି ପିସି ଟଂକା ଆଦାୟ କରାଯାଇଥିବା ଜଣାପଡିଛି । ଏତେ ଟଙ୍କା କାହିଁକି ଏବଂ କେଉଁଠାରୁ ସଂଚୟ କରି ଜମା କରିବାକୁ ଯାଉଥିଲେ ସେନେଇ କୌଣସି ସଠିକ ସୂଚନା ଭିଜିଲାନସ ବିଭାଗକୁ ଶ୍ରୀ ଦାସ ଦେଇପାରିନଥିବା ଜଣାପଡିଛି ।

Advertisement


ଏଠାରେ ସୂଚନାଯୋଗ୍ୟ ଯେ ଗତ ତିନି ଦିନ ହେଲା ଭିଜିଲାନସ ବିଭାଗ ପକ୍ଷରୁ ଶ୍ରୀ ଦାସଙ୍କ ଉପରେ ଚଢାଉ କରିବାକୁ ଅପେକ୍ଷା କରି ରହିଥିଲା । ବିଶେଷ ସୂତ୍ରରୁ ଖବର ପାଇ ଭିଜିଲାନସ ଡିଏସପି ଏବଂ ତାଙ୍କ ଟିମ ଏହି ଚଢଉ କରିଥିଲେ । ଏଥିରେ ଜୟପୁର ଏବଂ ନବରଙ୍ଗପୁର ଭିଜିଲାନସ ବିଭାଗର କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ । ଶ୍ରୀ ଦାସଙ୍କ ମାଲକାନଗିରିସ୍ଥିତ କ୍ୱାର୍ଟରରେ ଚଢାଉ କରାଯିବା ବେଳେ ମଧ୍ୟ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।


ତେବେ ତଦନ୍ତ ଚାଲୁଥିବାରୁ ଡିଏସପି ଏନେଇ ସୂଚନା ପ୍ରଦାନ କରିନଥିଲେ । ତଦନ୍ତ ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଅଧୀକ୍ଷଣ ଯନ୍ତ୍ରୀଙ୍କ ନାମରେ ପୂର୍ବରୁ ମଧ୍ୟ ଭିଜିଲାନସ ବିଭାଗ ନିକଟରେ ଖବର ରହିଥିଲା ବୋଲି ସୂଚନା ମିଳିଛି । ଶ୍ରୀ ଦାସଙ୍କୁ ଧରିବାକୁ ଭିଜିଲାନସ ଛକି ରହିଥିଲା । ଶ୍ରୀ ଦାସଙ୍କ ପୈତୃକ ଘରେ ମଧ୍ୟ ଚଢଉ କରାଯିବ ବୋଲି କୁହାଯାଇଛି । ଏହା ପୂର୍ବରୁ ମଧ୍ୟ ଆଉ ଜଣେ ନିର୍ବାହୀ ଯନ୍ତ୍ରୀ ଭିଜିଲାନସ ଜାଲରେ ପଡିଥିଲେ । ସେ ମଧ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନସ ହାତରେ ଧରାପଡିଥିଲେ । ଶ୍ରୀ ଦାସଙ୍କ ଆୟବର୍ହିଭୁତ ଟଂକା ନେଇ ଭିଜିଲାନସ ଖୋଳତାଡ କରୁଛି । ତଦନ୍ତ ପରେ ଶ୍ରୀ ଦାସଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି କେତେ ରହିଛି ଜଣାପଡିବ ବୋଲି କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!