ପଶ୍ଚିମବଙ୍ଗରେ ହେବ ରାଷ୍ଟ୍ରପତି ଶାସନ ! ପଶ୍ଚିମବଙ୍ଗ ଗଣହତ୍ୟା ଘଟଣାରେ ସଂସଦରେ ଭୁମିକମ୍ପ

ନୂଆଦିଲ୍ଲୀ -: ପଶ୍ଚିମବଙ୍ଗରେ ଗଣହତ୍ୟା ସାଧାରଣ ଘଟଣା ହୋଇଗଲାଣି ବୋଲି ଅଭିଯୋଗ କରି ଆଜି ପାର୍ଲାମେଣ୍ଟରେ ‘ବିଜେପି’ ସାଂସଦ ରୂପା ଗାଙ୍ଗୁଲୀ କାନ୍ଦିବା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରିଛନ୍ତି । ରାଜ୍ୟସଭାରେ ବୀରଭୂମ ହିଂସାକାଣ୍ଡ ବିଷୟରେ କହିଲା ବେଳେ ସେ କହିଲେ, ଭୟରେ ଲୋକେ ପଶ୍ଚିମବଙ୍ଗ ଛାଡ଼ି ପଳାଉଛନ୍ତି । ପଶ୍ଚିମବଙ୍ଗରେ ଆମେ ରାଷ୍ଟ୍ରପତି ଶାସନ ଦାବି କରୁଛୁ । ସେଠାରେ ଗଣସଂହାର ଚାଲିଛି । ଲୋକେ ଘରବାଡ଼ି ଛାଡ଼ି ପଳାଉଛନ୍ତି । ରାଜ୍ୟରେ ଆଉ ରହିବା ଭଳି ପରିସ୍ଥିତି ନାହିଁ ।

Advertisement


ସୂଚନାଯୋଗ୍ୟ, ମାର୍ଚ ୨୨ ତାରିଖରେ ଘରେ ନିଆଁ ଲଗାଇ ପଶ୍ଚିମବଙ୍ଗର ବୀରଭୂମର ରାମପୁରହାଟ ଅନ୍ତର୍ଗତ ବୋଗତୁଇ ଗ୍ରାମରେ ୮ଜଣ ଲୋକଙ୍କୁ ଜିଅନ୍ତା ପୋଡ଼ି ମାରି ଦିଆଯାଇଥିଲା । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ୩ଜଣ ମହିଳା ଏବଂ ୨ଜଣ ପିଲା । ଏହି ଘଟଣାର ଦିନକ ପୂର୍ବରୁ ‘ତୃଣମୂଳ କଂଗ୍ରେସ’ର ଜଣେ ନେତାଙ୍କୁ ହତ୍ୟା କରାଯାଇଥିଲା । ଘଟଣା ପରେ ପରେ ସ୍ଥାନୀୟ ବାସିନ୍ଦାମାନେ ବୋଗତୁଇ ଗାଁ ଛାଡ଼ି ଚାଲିଯାଉଥିବା ଖବର ମିଳିଥିଲା ।


ସାଂସଦ ରୂପା ଗାଙ୍ଗୁଲୀ ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗରେ ଲୋକେ ପାଟି ଫିଟାଇ ପାରୁନାହାନ୍ତି । ସରକାର ଆତତାୟୀଙ୍କୁ ସୁରକ୍ଷା ଦେଉଛନ୍ତି । ନିର୍ବାଚନ ପାଇଁ ଗଣହତ୍ୟା କରୁଥିବା ସରକାର ଅନ୍ୟ କୈାଣସି ରାଜ୍ୟରେ ନାହିଁ । ଆମେ ମଣିଷ । ଆମେ ପାଷାଣ-ହୃଦୟ ରାଜନୀତି କରୁନାହିଁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!