ପୋଲିଷ ସାଜୁଛି ସୁପାରିକିଲର …

ଯାଜପୁର -: ପୋଲିସ ବାବୁ ହିଁ ହତ୍ୟାକାରୀ …! ଖାକିବାବୁଙ୍କ ପ୍ରୋତ୍ସାହନ ସାହାସ ପାଇ ଅପରଧି ଅପରାଧ ଘଟାଇବାକୁ ପଛାଉ ନାହାନ୍ତି । ଏ କଥା ସାରା ଯାଜପୁରରେ ପାନ ଦୋକାନ ଠାରୁ ଆରମ୍ଭ କରି ଚା ଖଟିରେ ସବୁଠି ଚର୍ଚ୍ଚା ଚାଲିଛି ଯାଜପୁରରେ ପୋଲିଷ ସାଜୁଛି ସୁପାରିକିଲର । କିଛି ଟଙ୍କା ଲୋଭରେ ଅପରାଧିଙ୍କୁ ସସମ୍ମାନେ କ୍ଷମା ଦେଇଦେଉଛି । ସେହିଭଳି ବଗମରା ବାଲିଘାଟରେ ବୋମା ଫିଙ୍ଗି ହତ୍ୟା ଘଟଣାରେ ବିଂଝାରପୁର ଥାନା ଏସଆଇ କଣ୍ଡୁରି ଚରଣ ଦାସଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି । କର୍ତ୍ତବ୍ୟରେ ଅବହେଳା ଯୋଗୁ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି ।

Advertisement


ସୂଚନାଯୋଗ୍ୟ, ଗତକାଲି ସଂଧ୍ୟାରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଧୀନ ଫତେପୁର ପଞ୍ଚାୟତର ମନେଇ ବାଲିଘାଟ (ଖରସ୍ରୋତା ନଦୀ)ର ଲିଜଧାରୀ ସୁରେନ୍ଦ୍ର ଦାଶ(୪୭)ଙ୍କର ବୋମାମାଡ଼ରେ ମୃତ୍ୟୁ ହୋଇଛି । ତାଙ୍କ ଘର କଲ୍ୟାଣପୁର ଗାଁରେ । ସୁରେନ୍ଦ୍ରଙ୍କୁ ଏକାକୀ ବାଲିଘାଟରେ ପାଇ ଟେରା ମଲ୍ଲିକ ୨/୩ଟି ବୋମାମାଡ଼ କରିଥିବାର ଅଭିଯୋଗ ହୋଇଥିଲା । ଏଥିରେ ସୁରେନ୍ଦ୍ର ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଆମ୍ବୁଲାନ୍ସରେ ବିଂଝାରପୁର ଡାକ୍ତରଖାନାକୁ ଅଣାଯାଇଥିଲା । ସୁରେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେସଙ୍ଗେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସୁରେନ୍ଦ୍ରଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ ।


ପ୍ରକାଶ ଥାଉକି ବିଂଝାରପୁର ତହସିଲ ପକ୍ଷରୁ ଖରସ୍ରୋତା ନଦୀର ମନେଇ ବାଲିଘାଟ ଦୀର୍ଘ ଦିନ ପରେ ନିଲାମ କରାଯାଇଥିଲା । ସୁରେନ୍ଦ୍ର ଓ ଅନ୍ୟ ୩ଜଣ ମିଶି ଏହି ବାଲିଘାଟ ପରିଚାଳନା କରୁଥିଲେ । ଏହା ନିଲାମ ହେବା ପୂର୍ବରୁ ବହୁ ବର୍ଷ ହେଲା ଟେରା ମଲ୍ଲିକ ଏହି ବେଆଇନ ବାଲିଘାଟକୁ ନିଜ ଦଖଲରେ ରଖିଥିଲେ । ଏପରିକି ବାଲିଘାଟ ସମ୍ମୁଖରେ ଥିବା ବ୍ୟକ୍ତିଗତ ଜମିକୁ ଏଗ୍ରିମେଣ୍ଟ କରି ନିଜ ଦଖଲରେ ରଖିଥିବାରୁ ଏହି ବାଲିଘାଟ ନିଲାମ ହୋଇପାରୁନଥିଲା । ବିଂଝାରପୁର ତହସିଲଦାର ଅନ୍ୟ ବାଟରେ ଗାଡ଼ି ଚଳାଚଳ କରିବାକୁ ସୁବିଧା କରିବା ପରେ ଚଳିତଥର ଏହି ବାଲିଘାଟ ନିଲାମ ହୋଇଥିଲା । ଏହାକୁ ନେଇ ଟେରା ଓ ସୁରେନ୍ଦ୍ରଙ୍କ ମଧ୍ୟରେ ବିବାଦ ଲାଗିରହିଲା । ଫଳରେ ଗତ ୧୯ତାରିଖରେ ମଧ୍ୟ ସୁରେନ୍ଦ୍ରଙ୍କ ଉପରକୁ ଟେରା ଏକାଧିକ ମୋବା ଫିଙ୍ଗିଥିବାର ନିଜେ ସୁରେନ୍ଦ୍ର ବିଂଝାରପୁର ଥାନାରେ ଏତଲା କରିଥିଲେ । ମାତ୍ର ପୁଲିସ୍ ଏହା ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଯାହାର ଫଳ ସ୍ୱରୂପ ଆଜି ଏଭଳି ସାଂଘାତିକ ଘଟଣା ଘଟିଲା ବୋଲି ମୃତ ସୁରେନ୍ଦ୍ରଙ୍କ ପତ୍ନୀ ନମିତା ଦାଶ ଅଭିଯୋଗ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!