କର୍କଟ ରୋଗ ସହ ଏହିସବୁ ଶାରୀରିକ ସମସ୍ୟାକୁ କରନ୍ତୁ ବାଏ ବାଏ, କରନ୍ତୁ ଏହି ଘରୋଇ ଉପଚାର

ଟମାଟୋ ଏକ ଏମିତି ଜିନିଷ ଜାହାକୁ ଲୋକମାନେ ଦୈନନ୍ଦିନ ଜୀବନରେ ପ୍ରାୟ ସବୁଥିରେ ବ୍ୟବହାର କରିଥାନ୍ତି । ତରକାରିର ସ୍ୱାଦ ବଢ଼ାଇବା ସହିତ ସାଲାଡ୍‌, ଟମାଟୋ କେଚ୍ ଅପ୍‌, ସୁପ୍ ଇତ୍ୟାଦି ପ୍ରସ୍ତୁତିରେ ଟମାଟୋକୁ ଲୋକମାନେ ବ୍ୟବହାର କରିଥାନ୍ତି । ପ୍ରତିଦିନ ଏହାକୁ ବା ଏଥିରେ ତିଆରି ଜିନିଷକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । କ୍ୟାଲ୍‌ସିୟମ, ଫସ୍‌ଫରସ୍ ଏବଂ ଭିଟାମିନ୍ ‘ସି’ରେ ଭରପୁର ଥିବା ଟମାଟୋର ଜୁସ୍ ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀରରେ ଦେଖା ଯାଉଥିବା ମୋଟାପଣ, ଏସିଡ଼ିଟି ଏବଂ ଆଖିର ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଟମାଟୋ ଜୁସ୍ ପିଇବା ଦ୍ୱାରା ଶରୀରର କେଉଁ କେଉଁ ସମସ୍ୟା ଦୂର ହୋଇଥାଏ ।

Advertisement

  • ୧. ଟମାଟୋ ଜୁସ୍‌ରେ ଆଣ୍ଟିଅକ୍ସିଡ଼ାଣ୍ଟ, ଫଲିକ୍ ଏସିଡ଼୍‌, ବେଟା କେରୋଟିନ୍ ଭଳି ତତ୍ତ୍ୱ ରହିଥାଏ, ଯାହା ଶରୀରରେ କର୍କଟ ରୋଗର କୋଷିକାଗୁଡ଼ିକୁ ବଢ଼ିବାରୁ ରୋକିଥାଏ । ପ୍ରତିଦିନ ଟମାଟୋ ଜୁସ୍ ପିଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ୧୮ ପ୍ରତିଶତ କମି ଯାଇଥାଏ
  • ୨. ଯକୃତର ବିଶୁଦ୍ଧିକରଣ ପାଇଁ ଟମାଟୋ ଜୁସ୍ ପିଇବା ହେଉଛି ସବୁଠାରୁ ଭଲ ଉପାୟ । ଏହାକୁ ପିଇବା ଦ୍ୱାରା ଶରୀର ଏବଂ ଯକୃତରୁ ସବୁ ପ୍ରକାରର ଖରାପ ଜିନିଷ ଦୂର ହେବା ସହ ଶରୀର ସୁସ୍ଥ ରହିଥାଏ ।
  • ୩. ଏଥିରେ ଥିବା ଫାଇବର, ପୋଟାସିୟମ ଏବଂ ଭିଟାମିନ୍ ‘ସି’ ହୃଦ୍ ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ଗୋଟେ ଗ୍ଲାସ୍ ଟମାଟୋ ଜୁସ୍ ପିଇବା ଦ୍ୱାରା ଶରୀରରେ ଉପୁଜୁଥିବା ସମସ୍ତ ହୃଦ୍ ଜନିତ ସମସ୍ୟା ଦୂର ହେବା ସହ କୋଲେଷ୍ଟ୍ରଲର ପରିମାଣ କମ ହୋଇଥାଏ ।
  • ୪. ଟମାଟୋ ଜୁସ୍ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଦୂର କରୁଥିବାରୁ ତ୍ୱଚା ଚମକିବାକୁ ଲାଗିଥାଏ । ଏହା ସହ ଏଥିରେ ଥିବା ଲାଇକୋପିନ୍ ଅଂଶ ଶରୀରର ହାଡ଼କୁ ଶକ୍ତ କରିଥାଏ ।
Advertisement

Leave a Reply

Your email address will not be published. Required fields are marked *

error: Content is protected !!