୬ମାସ ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ମିଳିବ ମାଗଣା ରାସନ

ନୂଆଦିଲ୍ଲୀ -: ଏନ୍‌ଡିଏ ସରକାର ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’କୁ ପୁଣି ୬ ମାସ ବଢ଼ାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗତ ନଭେମ୍ବରରେ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ୪ ମାସ ବଢ଼ାଇଥିଲେ ।

Advertisement

ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଗରିବଙ୍କୁ ୫ କିଲୋ ମାଗଣା ଖାଦ୍ୟଶସ୍ୟ ଦେଉଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରାୟ ୮୦ କୋଟିରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଉପକୃତ । ଦେଶରେ କରୋନା ମହାମାରୀର ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ରେ ଏହି ଯୋଜନା ଆରମ୍ଭ ହୋଇଥିଲା । ଯୋଜନାର ପ୍ରଥମ ପର୍ଯ୍ୟାୟ ୨୦୨୦ ଏପ୍ରିଲରୁ ଜୁନ୍ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇରୁ ନଭେମ୍ବର ୨୦୨୦ ମଧ୍ୟରେ କାର୍ଯ୍ୟକାରୀ ହୋଇଛି । ଅନ୍ୟପକ୍ଷେ ଯୋଗୀ ଆଦିତ୍ୟନାଥ ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଆଜି ଏକ ବଡ଼ ଘୋଷଣା କରିଛନ୍ତି ।

ଯୋଗୀ କହିଛନ୍ତି, କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ମାଗଣା ରାସନ୍ ଯୋଜନାକୁ ଆଉ ୩ ମାସ ବଢ଼ାଯାଉଛି । ରାଜ୍ୟରେ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ଅଧୀନରେ ମୋଟ୍ ୧୫ କୋଟି ଲୋକ ଉପକୃତ ହେବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!