ମାର୍ଚ୍ଚ ୨୯ ମଙ୍ଗଳବାର ରାଶିଫଳ – ଏହି ରାଶିଧାରୀଙ୍କ ଭାଗ୍ୟରେ ଧନ ପ୍ରାପ୍ତିର ଯୋଗ

ମେଷ -: ଏକାନ୍ତରେ ମୌନ ରହି ତପ ସାଧନାରେ ବ୍ରତୀ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ରାଜଯୋଗ ପ୍ରାପ୍ତିର ସୌଭାଗ୍ୟ ଅଛି । ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ । ମଧୁରଭାଷୀ ହେବେ ।

Advertisement

ବୃଷ -: ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଯଶସ୍ୱୀ ହେବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଅମୃତ ହସ୍ତା ହୋଇପାରନ୍ତା ।

ମିଥୁନ -: ମନ ପ୍ରସନ୍ନ ରହିବ । କୁଳ ଉଳକାରୀ ହେବେ । କାର୍ଯ୍ୟଧାରା ସାଫଲ୍ୟ ମଣ୍ଡିତ ହେବ । ଦୟାର୍ଦ୍ରଚିତ୍ତ ହେବେ । ବାଣିଜ୍ୟ କାରବାର ବୃଦ୍ଧି ପାଇବ । ଯଶସ୍ୱୀ ହେବେ । ପାରିବାରିକ ସ୍ନେହ ଶ୍ରଦ୍ଧା ରହିବ ।

କର୍ଳଟ -: ଭାଗ୍ୟଶାଳୀ ହେବେ । ବିଳାସବ୍ୟସନରେ ବୁଡ଼ି ରହିପାରନ୍ତି । ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ବିଦ୍ୱାନ୍‌, ସାହସୀ ଓ ସମ୍ପତ୍ତିବାନ୍ ହେବେ । ପତ୍ନୀଙ୍କ ମନସ୍କାମନା ପୂରଣ କରି ଆତ୍ମସନ୍ତୋଷ ଲାଭ କରିବେ ।

ସିଂହ -: ପ୍ରତିହିଂସା ପରାୟଣ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଆଶା ମରୁ ମରୀଚିକା ପରି ଛଳନାମୟୀ ହୋଇପାରେ । ଅସୁସ୍ଥତା ଅନୁଭବ କରିବେ । ସତର୍କତାର ସହ ଦିନଟି କାଟିବେ ।

କନ୍ୟା -: କାୟୋ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି । ଉତ୍ସର୍ଗୀକୃତ ମନୋଭାବ ନେଇ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟଶୀଳ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ତୁଳା -: ଦୃଢ଼ ମନୋବଳ ନେଇ ଅସାଧ୍ୟ ସାଧନ କରିପାରନ୍ତି । ଚାକିରି କ୍ଷେତ୍ରରେ ସ୍ୱନାମଧନ୍ୟ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହୋଇପାରନ୍ତି । ସଶକ୍ତ ଆତ୍ମବଳରେ ବଳୀୟାନ୍ ହେବେ ।

ବିଛା -: କର୍ମଚଞ୍ଚଳ ରହିବେ । ସୃଜନଶୀଳ ମନୋଭାବର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ôଥକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱସମ୍ପନ୍ନ ହେବେ ।

ଧନୁ -: ଉଦାର ସ୍ୱଭାବ ଓ ଦାନଶୀଳ ହେବେ । ସୁସ୍ଥ ଓ ନିରାମୟ ରହିବେ । ବୁଦ୍ଧିମାନ୍ ଓ ପ୍ରେମୀ ହୋଇପାରନ୍ତି । ପରମାତ୍ମା ଆପଣଙ୍କୁ ସନ୍ମାର୍ଗରେ ପ୍ରେରିତ କରିପାରନ୍ତି । ଯାନବାହନ ସୁଖ ମିଳିବ ।

ମକର -: ସର୍ବସୁଖର ଅଧିକାରୀ ହେବେ । ବିବାଦରେ ବିଜୟୀ ହେବେ । ମନ ପ୍ରସନ୍ନ ରହିବ । ପରର ଉପକାର କରି ସ୍ୱର୍ଗସୁଖ ଅନୁଭବ କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।

କୁମ୍ଭ -: ଭାଗ୍ୟବଳରେ ବଳୀୟାନ ହେବେ । କର୍ମବଳ ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମଧୁରଭାଷୀ ଓ ଉଦାର ବିଦ୍ୟାପ୍ରେମୀ ହେବେ । ଆତ୍ମଶକ୍ତିକୁ ଜାଗ୍ରତ କରିବେ ।

ମୀନ -: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ରଣାଙ୍ଗନରେ ବୀରତ୍ୱ ପ୍ରଦର୍ଶନ କରିପାରନ୍ତି । ମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲାଭ ହେବ । ସୁସ୍ୱାଦୁ ଭୋଜନ ମିଳିବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!