ଅଜବ ଏ ପ୍ରାଣୀ ଉଦ୍ୟାନ ମଣିଷ ମାନେ ପିଞ୍ଜରାରେ, ହିଂସ୍ର ଯନ୍ତୁ ମୁକ୍ତ ଆକାଶରେ

ନୂଆଦିଲ୍ଲୀ -: ଯଦି ଆପଣ କେବେ ପ୍ରାଣୀ ଉଦ୍ୟାନକୁ ଯାଇଛନ୍ତି, ତେବେ ଆପଣ ନିଶ୍ଚୟ ପଶୁମାନଙ୍କୁ ସେଠାରେ ପିଞ୍ଜରାରେ ବନ୍ଦୀ ହୋଇ ରହିଥିବାର ଦେଖିଥିବେ । ତେବେ ଦୁନିଆରେ ଏମିତି ଏକ ପ୍ରାଣୀ ଉଦ୍ୟାନ ରହିଛି ଯେଉଁଠାରେ ମଣିଷମାନଙ୍କୁ ପିଞ୍ଜରାରେ ବନ୍ଦୀ କରି ଖୋଲାରେ ବୁଲୁଥିବା ସିଂହ, ଚିତା ଭଳି ପଶୁଙ୍କ ନିକଟରେ ଛାଡ଼ି ଦିଆଯାଇଥାଏ । ଏମିତି ଏକ ପ୍ରାଣୀ ଉଦ୍ୟାନ ଚୀନରେ ରହିଛି ।

Advertisement


ଚୀନର ଏହି ସ୍ୱତନ୍ତ୍ର ପ୍ରାଣୀ ଉଦ୍ୟାନର ନାମ ହେଉଛି ‘ଲେହେ ଲେଡୁ ୱାଇଲ୍ଡ ଲାଇଫ୍‌’ । ବାସ୍ତବରେ ଏହି ପ୍ରାଣୀ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କୁ ପଶୁମାନଙ୍କୁ ଅତି ନିକଟରୁ ଦେଖିବା ପାଇଁ ପିଞ୍ଜରାରରେ ବନ୍ଦୀ କରି ଦିଆଯାଇଥାଏ । ଏହି ପ୍ରାଣୀ ଉଦ୍ୟାନ ଚାଇନାର ଚୋଙ୍ଗକିଙ୍ଗ ସହରରେ ଅବସ୍ଥିତ ।ଏହି ଅନନ୍ୟ ପ୍ରାଣୀ ଉଦ୍ୟାନ ୨୦୧୫ରେ ଖୋଲା ଯାଇଥିଲା । ଏହି ପ୍ରାଣୀ ଉଦ୍ୟାନରେ ସାଧାରଣ ଲୋକଙ୍କୁ ସିଂହ, ବାଘ ଭଳି ପଶୁଙ୍କ ଅତି ନିକଟକୁ ଯିବାକୁ ସୁଯୋଗ ଦିଆଯାଇଥାଏ । ସେମାନେ ଏଠାରେ ପଶୁମାନଙ୍କୁ ନିଜ ହାତରେ ଖାଇବାକୁ ଦେଇଥାଆନ୍ତି ।

ଏହି ଅନନ୍ୟ ପ୍ରାଣୀ ଉଦ୍ୟାନର ପରିଚାଳକ କହିଛନ୍ତି ଯେ ପର୍ଯ୍ୟଟକମାନଙ୍କୁ ଏକ ରୋମାଞ୍ଚକର ଅନୁଭୂତି ଦେବା ପାଇଁ ସେମାନେ ଏହି ଅଦ୍ଭୁତ ଉପାୟ ଆପଣାଇଛନ୍ତି । ସମୟସମୟରେ ପର୍ଯ୍ୟଟକ ଏଭଳି ହିଂସ୍ର ପଶୁଙ୍କ କାର୍ଯ୍ୟକଳାପକୁ ଅତି ନିକଟରୁ ଦେଖି ଯେତିକି ମଜା ଉଠାନ୍ତି ସେତିକି ଭୟଭୀତ ବି ହୋଇଯାଇଥାନ୍ତି । କାରଣ ମଣିଷ ବନ୍ଦୀ ଥିବା ପିଞ୍ଜରା ଉପରକୁ ସମୟସମୟରେ ବାଘ, ସିଂହ ଚଢ଼ି ଯିବାର ବି ଦେଖିବାକୁ ମିଳିଥାଏ ।

Advertisement

Leave a Reply

Your email address will not be published. Required fields are marked *