ଓଡିଶାରେ ବିଜେପିର ବିପର୍ଯ୍ୟୟ ପାଇଁ ଦାୟି କିଏ ?

ଭୁବନେଶ୍ୱର -: ପୌର ନିର୍ବାଚନରେ ବିଜେପିର ଦୁର୍ବଳ ପ୍ରଦର୍ଶନ ପାଇଁ ରାଜ୍ୟ ନେତୃତ୍ୱକୁ ସିଧାସଳଖ ଦାୟୀ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ଫେରିବା ପରେ ଆଜି ଗଣମାଧ୍ୟମ ସମ୍ମୁଖରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଥିସହ ଅର୍ଥ ଓ ବାହୁବଳ ପ୍ରୟୋଗ କରି ଶାସକ ଦଳ ନିର୍ବାଚନ ଜିତୁଥିବା ମଧ୍ୟ ଅଭିଯୋଗ କରିଛନ୍ତି । ସାଂସଦଙ୍କ ଏଭଳି ବକ୍ତବ୍ୟକୁ ନେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି । ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ପୌର ନିର୍ବାଚନରେ ଆମର ଫଳାଫଳ ବହୁତ ଖରାପ ହୋଇଛି ।

Advertisement

ଭାରତୀୟ ଜନତା ପାର୍ଟି ବହୁତ ବଡ଼ ପରାଜୟର ସମ୍ମୁଖୀନ ହୋଇଛି । ଏହାକୁ ମୁଁ ସ୍ୱୀକାର କରୁଛି । ଜନାଦେଶ ଶିରୋଧାର‌୍ୟ୍ୟ । ଲୋକେ ଯାହା ଚାହିଁବେ ତାହା ହିଁ ହେବ । କିନ୍ତୁ ଏବେ ବି ସେହି କଥା କହିବି ଯାହା ମୁଁ ପଞ୍ଚାୟତ ନିର୍ବାଚନ ପରେ କହିଥିଲି । ସୁନ୍ଦରଗଡ଼ ଠାରୁ ମାଲକାନଗିରି ପର‌୍ୟ୍ୟନ୍ତ ଆମର ଯେତେ ବି କର୍ମୀ ଅଛନ୍ତି, ସେମାନଙ୍କ ପାଇଁ ଆମେ ଗର୍ବିତ । ସେମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଅଛି । ବିଜେପିକୁ ଜିତାଇବା ପାଇଁ ସେମାନଙ୍କ ମଧ୍ୟରେ ସାମର୍ଥ୍ୟ ଓ କ୍ଷମତା ରହିଛି । କିନ୍ତୁ କେଉଁଠି ନା କେଉଁଠି, ଆମକୁ ଲାଗୁଛି ଯେ ରାଜ୍ୟ ନେତୃତ୍ୱକୁ ଆହୁରି ସୁଦୃଢ଼, ସଶକ୍ତ ଓ ବଳଶାଳୀ କରିବାକୁ ପଡ଼ିବ । ଦଳର ରାଜ୍ୟ ନେତୃତ୍ୱ ଯେପର‌୍ୟ୍ୟନ୍ତ ସୁଦୃଢ଼, ସଶକ୍ତ ହେବ ନାହିଁ, ସେ ପର‌୍ୟ୍ୟନ୍ତ ଦଳର ତୃଣମୂଳସ୍ତରରେ ଏହା ପରିଲକ୍ଷିତ ହେବ ନାହିଁ । ତୃଣମୂଳସ୍ତରରୁ ଉପର ପର୍ଯ୍ୟନ୍ତ ପୂରା ସଙ୍ଗଠନକୁ ସୁଦୃଢ଼ କରିବାକୁ ପଡ଼ିବ । ତେଣୁ ଏବେ ସମୀକ୍ଷାର ସମୟ । ଦଳକୁ ସୁଦୃଢ଼ କରିବାର ଦାୟିତ୍ୱ ଆମ ସମସ୍ତଙ୍କର ।

ମୁଁ କେବେ ବି କହିବି ନାହିଁ ଯେ ଏହା ଜଣଙ୍କର । ଆମ ସମସ୍ତଙ୍କୁ ମିଶି ଏଦିଗରେ କାମ କରିବାକୁ ହେବ । ସେ ଆହୁରି କହିଛନ୍ତି ଯେ ମୁଁ କେବେ ହେଲେ ଅନ୍ୟ ଦଳକୁ ଦୋଷ ଦେବିନାହିଁ । ପୌର ନିର୍ବାଚନରେ ଅର୍ଥ ଓ ବାହୁ ବଳର ବହୁ ମାତ୍ରାରେ ପ୍ରୟୋଗ ହୋଇଛି । ଓଡ଼ିଶାବାସୀ ଏ ବିଷୟରେ ଜାଣିଛନ୍ତି । ସମସ୍ତଙ୍କ ପାଖରେ ଏହାର ଭିଡିଓ କ୍ଲିପ୍ ରହିଛି । ଏହା ସତ୍ତ୍ୱେ ବି ମୁଁ କହିବି ଏହା ଆମର ଦୁର୍ବଳତା । ଜଣେ କର୍ମୀ ହିସାବରେ ମୁଁ ଏହାକୁ ସ୍ୱୀକାର କରୁଛି । ବିଜେପି ପକ୍ଷରୁ ଭୁବନେଶ୍ୱରରେ ମେୟର ଓ କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ନିର୍ବାଚନରେ ବହୁତ ଅଳ୍ପ ଖର୍ଚ୍ଚ କରାଯାଇଛି । ତା’ ସତ୍ତ୍ୱେ ଆମେ ୧୦ଟି କର୍ପୋରେଟର ଆସନ ଜିତିଛୁ । ଯେଉଁ ନୂଆ ଚେହେରା ମେୟର ପ୍ରାର୍ôଥନୀ ହୋଇଥିଲେ ସେ ୧ ଲକ୍ଷ ୧୪ ହଜାର ଭୋଟ୍ ପାଇଛନ୍ତି । ଏହା କମ୍ ବଡ଼ କଥା ନୁହେଁ । ଏଥିପାଇଁ ଭୋଟ୍ ଦେଇଥିବା ପ୍ରତ୍ୟେକ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ । ସେପଟେ ପୈାର ଫଳାଫଳକୁ ନେଇ ଚିରାଚରିତ ଢଙ୍ଗରେ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ । କୋଟି କୋଟି ଟଙ୍କା ଓ ବାହୁବଳ ଖର୍ଚ୍ଚ କରି ଶାସକ ଦଳ ନିର୍ବାଚନରେ ସଫଳତା ପାଇଥିବା ଅଭିଯୋଗ କରିଛନ୍ତି ବିଜେପି ମେୟର ପ୍ରାର୍ôଥନୀ ସୁନୀତି ମୁଣ୍ଡ୍ । ଆଉ ଅତି ଚତୁରତାର ସହ ସୁନୀତିଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ନବ ନିର୍ବାଚିତ ମେୟର ସୁଲୋଚନା ଦାସ । ଶ୍ରୀମତୀ ଦାସ କହିଛନ୍ତି ଯେ ଏଭଳି କଥା କହି ଲୋକଙ୍କୁ ଅପମାନିତ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!