ଫାଇନାଲରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ, ହରିୟାଣାକୁ କରିବ ମୁକାବିଲା

ନୂଆଦିଲ୍ଲୀ -: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍ ଫାଇନାଲରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ଦମ୍‌ଦାର ପ୍ରଦର୍ଶନ କରିଛି । ମଙ୍ଗଳବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ।

Advertisement
subscribe now

ହରିୟାଣାର ସୋନିପଥସ୍ଥିତ ପ୍ରୀତମ ହକି ଏକାଡେମୀ ସହ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ମୁକାବିଲା ହେବ । ଏହି ମ୍ୟାଚ ମାର୍ଚ୍ଚ ୩୦ ତାରିଖ ଅପରାହ୍‌ଣ ୩ଟାରେ ଖେଳାଯିବ । ଆଜି ସେମିଫାଇନାଲରେ ଓଡ଼ିଶାର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ । ୫-୩ ଗୋଲ୍‌ରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ପରାସ୍ତ ହୋଇଥିଲା । ମ୍ୟାଚରେ ୩ଟି ଗୋଲ୍ ଦେଇଥିଲେ ନେହା ଲାକ୍ରା । ଜାହ୍ନବୀ ପ୍ରଧାନ ଓ ରୋଜିତା କୁଜୁର ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *