ନବୋଦୟ ବିଦ୍ୟାଳୟରେ ପରିକ୍ଷା ପେ ଚର୍ଚ୍ଚା 

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ ଜିଲ୍ଲା ପାଇକମାଳ ଜବାହର ନବୋଦୟ ବିଦ୍ୟାଳୟରେ ପରିକ୍ଷା ଉପରେ ଚର୍ଚ୍ଚା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଛାତ୍ର ଛାତ୍ରୀମାନେ ପରିକ୍ଷା ସମୟରେ ଭୟଭିତ ନହୋଇ ପରିକ୍ଷା ଦେବାକୁ ସହ ପରିକ୍ଷାକୁ ପର୍ବ ଭାବି ଅନନ୍ଦ ଉଲ୍ଲାସରେ ପରିକ୍ଷା ଦେବାକୁ ପରାର୍ମଶ ଦେଇଥିଲେ ।

Advertisement

ଏଥିରେ ଛାତ୍ର ଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଟେନସନ ନ ନେବା ପାଇଁ ଆଲୋଚନ କରାଯାଇଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧ତାରିଖ ଦିନ ପରିକ୍ଷା ପେ ଚର୍ଚ୍ଚା ରେ ପିଲାମାନଙ୍କ ସହ ଭାଗ ନେଉଥିବାରୁ ଏହାକୁ ସମସ୍ତେ ଗଣମାଧ୍ୟମ ଜରିଆରେ ଦେଖିବା ପାଇଁ ଆଲୋଚନା କରାଯାଇଥିଲା । ପ୍ରତେକ ପିଲାଙ୍କ ପାଖରେ ଗୋଟଏ ଗୋଟିଏ ଗୁଣ ରହିଛି । ଏଣୁ ଅଭିଭାବକମାନେ ପିଲା ପଢିବାକୁ ଚାହୁଁଛି ତହାକୁ ସେଥିରେ ସୁଯୋଗ ଦେଇ ଡାକ୍ତର ଓ ଇଂଜିନିୟର ପଢିବା ପାଇଁ ବାଧ୍ୟ ନକରିବାକୁ କୁହାଯାଇଥିଲା । ଜଗଦିଶ ପାତ୍ର ଧନ୍ୟବାଦ ଦେଇଥିଲେ

Advertisement

Leave a Reply

Your email address will not be published. Required fields are marked *

error: Content is protected !!