ପୁଟିନଙ୍କୁ ଭରସା ନାହିଁ, ଆମେରିକାରେ ଆତଙ୍କ

ୱାସିଂଟନ -: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭକୁ ମାସେ ହେଲାଣି । ରୁଷକୁ ଏଥିରେ ବିଶେଷ ସଫଳତା ମିଳିନାହିଁ । ଅନ୍ୟପକ୍ଷରେ ରୁଷ ସେନାର କ୍ଷତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନେଇ ରୁଷ ଭିତରେ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଜନ ଅସନ୍ତୋଷ ମଧ୍ୟ ବ୍ୟାପୁଛି । ଏଭଳି ପରିସ୍ଥିତିରେ ପୁଟିନ ଯେକୈାଣସି ଅଘଟଣ ଘଟାଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ସେ ପରମାଣୁ ଅସ୍ତ୍ର ମଧ୍ୟ ପ୍ରୟୋଗ କରିପାରନ୍ତି ବୋଲି କୁହାଯାଉଛି । ଆମେରିକାରେ ମଧ୍ୟ ଏହାକୁ ନେଇ ଆତଙ୍କ ।

Advertisement

ଆମେରିକା ଅଯଥା ମୁଣ୍ଡ ପୂରାଇ ରୁଷ୍ ସହ ସିଧାସଳଖ ସଂଘର୍ଷରେ ଜଡ଼ିତ ହୋଇପାରେ । ଏହାହେଲେ ଆମେରିକା ଉପରେ ରୁଷ୍ ପରମାଣୁ ବୋମା ପକାଇପାରେ ବୋଲି ଏକ ଜନମତ ସର୍ଭେରେ ଅଧା ଆମେରିକୀୟ ମତ ଦେଇଛନ୍ତି । ଆସୋସିଏଟେଡ୍ ପ୍ରେସ୍ – ଏନ୍‌ଓଆର୍‌.ସି ସେଣ୍ଟର ଫର ପବ୍ଲିକ୍ ଆଫେୟାର୍ସ ରିସର୍ଚ୍ଚ ପକ୍ଷରୁ ହୋଇଥିବା ସର୍ଭେରେ ପ୍ରାୟ ୫୦ ପ୍ରତିଶତ ଆମେରିକୀୟ କହିଛନ୍ତି ଯେ ଆମେରିକା ରୁଷ୍‌ର ସିଧାସଳଖ ଆଣବିକ ଅସ୍ତ୍ରର ନିଶାଣ ହୋଇପାରେ । ଫେବ୍ରୁଆରି ୨୪ରେ ୟୁକ୍ରେନ୍ ଯୁଦ୍ଧ ଆରମ୍ଭରୁ ରୁଷ୍ ତା’ର ପରମାଣୁ ବାହିନୀକୁ ହାଇ-ଆଲର୍ଟରେ ରଖିଛି । ପ୍ରାୟ ୧୦ରୁ ୯ ଜଣ ଆମେରିକୀୟ ଭୟ କରୁଛନ୍ତି ଯେ ପୁଟିନ ୟୁକ୍ରେନ୍ ଉପରେ ପରମାଣୁ ବୋମା ପକାଇଦେଇ ପାରନ୍ତି । ସେମାନଙ୍କ ମଧ୍ୟରୁ ୧୦ରୁ ୬ ଜଣ ଏଥିନେଇ ଅତ୍ୟନ୍ତ ଚିନ୍ତିତ ।

Subscribe now BNS Bhakti

ଆମହର୍ଷ୍ଟ, ମାସାଚୁସେଟ୍‌ସର ଅବସରପ୍ରାପ୍ତ ଗବେଷକ ରବିନ ଟମ୍ପସନ କହିଛନ୍ତି, ସେ (ପୁଟିନ) ନିୟନ୍ତ୍ରଣ ବାହାରେ । ସେ ନିଜର ଲକ୍ଷ୍ୟ ହାସଲ ପାଇଁ ଯେକୈାଣସି ସ୍ତରକୁ ଯାଇପାରନ୍ତି । ପୃଥିବୀ ତେଣିକି ଭାସିଯାଉ, ତାଙ୍କର କିଛି ଯାଏଆସେ ନାହିଁ । ୭୦ ପ୍ରତିଶତ ଆମେରିକୀୟ କହିଛନ୍ତି ଯେ ୟୁକ୍ରେନ୍ ଉପରେ ରୁଷୀୟ ଆକ୍ରମଣ ଯେଉଁ ପରିସ୍ଥିତି ସୃଷ୍ଟି କରିଛି, ସେଥିରେ ପୃଥିବୀର ଯେକୈାଣସି ସ୍ଥାନରେ ପରମାଣୁ ଅସ୍ତ୍ର ପ୍ରୟୋଗର ସମ୍ଭାବନା ବୃଦ୍ଧି ପାଇଛି । ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମରୁ ଆମେରିକା ପ୍ରତି ଭୟ ଅଛି ବୋଲି ୫୧ ପ୍ରତିଶତ ଆମେରିକୀୟ ମତ ଦେଇଛନ୍ତି । ଗତ ଶୁକ୍ରବାର ଉତ୍ତର କୋରିଆ ନୂଆ ଅନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପୂର୍ବରୁ ଆମେରିକାରେ ଏହି ଜନମତ ସର୍ଭେ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!