ପଞ୍ଜାବରେ କୃଷକଙ୍କ ଉପରେ ଲାଠିଚାର୍ଜ, କଗ୍ରେସକୁ ହଟାଇ ଆପ ସରକାର …

ଚଣ୍ଡିଗଡ -: ପଞ୍ଜାବରେ କଂଗ୍ରେସ ସରକାରଙ୍କୁ ହରାଇ କ୍ଷମତାକୁ ଆସିଥିବା ଆମ୍ ଆଦମି ପାର୍ଟି ସରକାରରେ ପ୍ରଥମ ଥର ପାଇଁ କୃଷକଙ୍କ ଉପରେ ଲାଠିଚାର୍ଜ କରାଯାଇଛି । ଏଥିରେ ୬ ଜଣ କୃଷକ ଆହତ ହୋଇଛନ୍ତି, ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି କୃଷକମାନେ ନଷ୍ଟ ହୋଇଥିବା କପା ଫସଲର କ୍ଷତିପୂରଣ ଦାବି କରୁଥିଲେ ।

Advertisement
https://youtu.be/ZrVjzJVkRF8
subscribe now BNS News

ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତୃତ୍ୱରେ କୃଷକମାନେ ଲମ୍ବିର ନାଏବ ତହସିଲଦାର ସମେତ ଅନ୍ୟ ଷ୍ଟାଫ୍ ମାନଙ୍କୁ ବନ୍ଧକ କରି ରଖିଥିଲେ । ଏହାପରେ ପୁଲିସ ବିଳମ୍ୱିତ ରାତି ୧୨ଟାରେ କୃଷକମାନଙ୍କ ଉପରେ ଲାଠିଚାର୍ଜ କରି ନାଏବ ତହସିଲଦାର ଓ ଷ୍ଟାଫ୍ ମାନଙ୍କୁ ଖଲାସ କରିଥିଲେ ।

subscribe now BNS Bhakti

ମିଡିଆ ରିପୋର୍ଟ ଅନୁସାରେ, ପୁଲିସ ତରଫରୁ କରାଯାଇଥିବା ଲାଠି ଚାର୍ଜରେ ୬ ଜଣ କୃଷକ ଆହତ ହୋଇଛନ୍ତି । ଏମାନଙ୍କୁ ଲମ୍ବିର ହଲ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ନାଏବ ତହସିଲଦାର ଅରଜିନ୍ଦର ସିଂହ ଓ ଷ୍ଟାଫମାନେ ବାହାରକୁ ଆସିବା ପରେ ଏବେ ରାଜ୍ୟସାରାର ତହସିଲଦାର ଆନ୍ଦୋଳନ କରୁଛନ୍ତି । ବନ୍ଧକ ବନାଇଥିବା କୃଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏମାନେ ଆନ୍ଦୋଳନ କରୁଛନ୍ତି ।
ପୁଲିସ ନାଏବ ତହସିଲଦାର ଓ ଷ୍ଟାଫମାନଙ୍କୁ ବନ୍ଧକମୁକ୍ତ କରିବାପରେ ବି କୃଷକମାନଙ୍କ ଧାରଣା ଚାଲୁ ରହିଛି । ବିକେୟୁ ତହସିଲ ଅଫିସ ବାହାରେ ଧାରଣା ଦେଇଛି । ସେମାନେ ନିଜ ଜିଦରେ ଅଟଳ ରହି ସହାୟତାର ଦାବି କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!