ଏପ୍ରିଲ୧ ଶୁକ୍ରବାର ରାଶିଫଳ –ସାବଧାନ ରୁହନ୍ତୁ ଅର୍ଥଆଗମନରେ ରୋକ ଲାଗିପାରେ

ମେଷ -: ଭାଗ୍ୟ ବିଧାତାଙ୍କ ଛତ୍ରଛାୟା ତଳେ ରହି ସୁଖ ଭୋଗ କରିବେ । ସମୃଦ୍ଧି ମାର୍ଗରେ ଅଗ୍ରସର ହେବେ । ବିଦ୍ୱାନ୍‌, ସାହସୀ ଓ ସମ୍ପତ୍ତିବାନ୍ ହୋଇ ପାରନ୍ତି । ସନ୍ତାନ ସୁଖ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

Advertisement


ବୃଷ -: ସ୍ୱାଭିମାନୀ ହେବେ । ଭାଗୁଆଳ ବ୍ୟବସାୟ ଲାଭଜନକ ହେବ । ମିତ୍ରମାନଙ୍କଠାରୁ ସହାୟତା ଆଶା କରିବା ବୃଥା ହୋଇପାରେ । ଜଳଯାତ୍ରା ନ କରିବା ଭଲ । ଅସୁସ୍ଥତାରୁ ଉଧୁରିଯାଇ ପାରନ୍ତି ।


ମିଥୁନ -: ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହୋଇପାରନ୍ତି । ମାନବ ସେବାକୁ ମାଧବ ସେବା ଭାବେ ବିବେଚନା କରିବେ । ଶାନ୍ତ ଓ ଧୈର୍ଯ୍ୟଶୀଳ ହୋଇପାରନ୍ତି । ପୁଣ୍ୟପ୍ରଭା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ ।

subscribe now

କର୍କଟ -: ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି । ଐଶୀ କୃପାରୁ ଶତ୍ରୁର ଗତିରୋଧ କରିବାରେ ପାରଙ୍ଗମ ହେବେ । ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭ ପ୍ରାପ୍ତ ହୋଇପାରନ୍ତି । ସୁସ୍ଥ ରହିବେ ।


ସିଂହ -: ହଠାତ୍ କିଛି ଧନ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ । କର୍ମଚଞ୍ଚଳ ରହିବେ । ବାଣିଜ୍ୟ କାରବାରାଦି ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି ।


କନ୍ୟା -: କୃଷି କର୍ମରୁ ଆୟର ମାତ୍ରା ବୃଦ୍ଧି ପାଇବ । ବ୍ୟକ୍ତତ୍ୱର ବିକାଶ ଘଟିବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି । କୀର୍ତ୍ତିମାନ୍ ହେବେ ।


ତୁଳା -: ସାମାଜିକ ସ୍ଥିତିରେ ଆତ୍ମିକ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଆତ୍ମବିଶ୍ୱାସକୁ ଜାଗ୍ରତ କରି ସୁଫଳର ଅଭିଳାଷୀ ହୋଇପାରନ୍ତି । ସର୍ବସୁଖ ଭୋଗ କରି ଜୀବନକୁ ମଧୁମୟ କରିପାରନ୍ତି ।

https://youtu.be/ZrVjzJVkRF8
subscribe now

ବିଛା -: ଭାଗ୍ୟୋଦୟର ସୂଚନା ମିଳୁଛି । ମଧୁର ଭାଷା ଓ ବ୍ୟବହାର ଆପଣକୁ ସକଳ କ୍ଷେତ୍ରରେ ପ୍ରତିଷ୍ଠା କରିପାରେ । ସହନଶୀଳ ମନୋଭାବ ଯୋଗୁ ସହଯୋଗୀଙ୍କ ଆଦରଣୀୟ ହେବେ । ଧନାଗମ ହେବ ।


ଧନୁ -: ଅପୂର୍ଣ୍ଣତାରୁ ପୂର୍ଣ୍ଣତା ପ୍ରାପ୍ତି ଦିଗରେ ଅଗ୍ରସର ହେବେ । ଉପହାର, ଶୁଭେଚ୍ଛା ପ୍ରାପ୍ତ ହେବେ । ସଶକ୍ତ ଅତ୍ମବଳରେ ବଳୀୟାନ ହୋଇପାରନ୍ତି । ସୁଷମ ଖାଦ୍ୟପେୟରେ ଆପ୍ୟାୟିତ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି ।


ମକର -: ପ୍ରତ୍ୟେକ କ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ଧୈର୍ଯ୍ୟବଳରେ ସଫଳତା ମିଳିବ । ଜ୍ଞାନର ଅବତରଣ କଲେ ଶାନ୍ତି ମିଳିବ । ଦିନସାରା ବ୍ୟୟ ଉପରେ ବ୍ୟୟ ବଢ଼ି ଚାଲିବ ।


କୁମ୍ଭ -: ଚେତନାର ଉଳ ପ୍ରଦୀପ ହେବେ । ପରୋପକାରାୟ ସ୍ୱର୍ଗାୟ ନୀତିଯୁକ୍ତ ହୋଇ କୃପା ନିଧାନଙ୍କ କୃପାପାତ୍ର ହେବେ । ଶାଶ୍ୱତ ସତ୍ୟର ମର୍ମ ଅନୁଭବ କରିପାରନ୍ତି । ଆୟ ଊଣା ହେବ ନାହିଁ । କର୍ମବୀର ହେବେ ।


ମୀନ -: ସୂର୍ଯ୍ୟାଲୋକ ପରି ଜୀବନକୁ ଉଳମୟ କରିପାରନ୍ତି । ଦୟାଳୁ ସ୍ୱଭାବ ଯୋଗୁଁ ଆଶୀର୍ବାଦ ପ୍ରାପ୍ତ ହେବେ । ବିନା ଚେଷ୍ଟାରେ ଅର୍ଥାଗମ ହେବ । ପାରିବାରିକ ଜୀବନ ମଧୁମୟ ହେବ । ସୁଯଶ ଯୁକ୍ତ ହେବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!