ହାଟଭିତରେ ପଶିଲା ଜଙ୍ଗଲି ହାତୀ, ତା ପରର ଅବସ୍ଥା …

ବାଲେଶ୍ୱର -: ହାତୀ ହାଟ ଉଜାଡ଼ିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ପୁରୁଷୋତ୍ତମପୁର ପଞ୍ଚାୟତ ପଣିସାପଡ଼ା ଗ୍ରାମ ହାଟ ପଡ଼ିଆରେ । ଗତକାଲି ପଣିସାପଡ଼ା ଗ୍ରାମ ହାଟ ପଡ଼ିଆରେ ହାଟ ଚାଲିଥିଲା ।

Advertisement

ଧୀରେ ଧୀରେ ଅନ୍ଧାର ମାଡ଼ିଆସୁଥିଲା । ଏପରି ସମୟରେ ହଠାତ୍ ଏକ ଦନ୍ତା ହାତୀ ନିକଟସ୍ଥ ଜଙ୍ଗଲରୁ ବାହାରି ହାଟ ଭିତରକୁ ପଶିଆସିଲା । ଫଳରେ ବ୍ୟବସାୟୀ ଓ ଗ୍ରାହକ; ଯିଏ ଯୁଆଡ଼େ ପାରିଲେ ଦୈାଡ଼ିଲେ । ଏପଟେ ହାତୀଟି ବିକ୍ରି ପାଇଁ ବ୍ୟବସାୟୀମାନେ ଗଦା କରିଥିବା ବିଭିନ୍ନ ପ୍ରକାର ପନିପରିବା ବୁଲି ବୁଲି ଖାଇଥିଲା । ଲୋକମାନେ ହାତୀଟିକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ।

https://youtu.be/ZrVjzJVkRF8

ହେଲେ ତାହା ଫଳପ୍ରଦ ହୋଇ ନ ଥିଲା । ପରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀଟିକୁ ଘଉଡ଼ାଇ ଦେଇଥିବା ଜଣାପଡ଼ିଛି । ଆଗରୁ ବସ୍ତା ଅଞ୍ଚଳକୁ ହାତୀ ଆସୁ ନ ଥିଲେ । ହେଲେ ଗତ କିଛି ବର୍ଷ ହେବ, ଏଠାରେ ହାତୀମାନେ ବିଚରଣ କରୁଛନ୍ତି । ଉଭୟ ଝାଡ଼ଖଣ୍ଡୀ ଓ ଶିମିଳିପାଳ ହାତୀ ଖାଦ୍ୟ ଅନ୍ୱେଷଣରେ ବସ୍ତା ସହ ଜଳେଶ୍ୱର ଅଞ୍ଚଳକୁ ଆସୁଥିବା ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!