ମଦୁଆଙ୍କ ମୃତ୍ୟୁ ପାଇଁ ସରକାର ଦାୟୀ ନୁହେଁ ? ବିଶାକ୍ତ ହେଉ ଅବା …

ବିଷାକ୍ତ ମଦ୍ୟପାନ କରୁଥିବା ଲୋକଙ୍କ ପ୍ରତି କୌଣସି ସମବେଦନା ପ୍ରଦର୍ଶନ ହେବନାହିଁ । ଏପରିକି ସେମାନଙ୍କୁ ଅକାଳ ମୃତ୍ୟୁ ପାଇଁ କୌଣସି ଆର୍ଥୀକ ସହାୟତା ଯୋଗାଇବାର ମଧ୍ୟ ପ୍ରାବଧାନ ନାହିଁ ବୋଲି ରୋକଠୋକ୍ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisement

ଭାରତରେ ରହି ବାପୁଙ୍କ କଥା ମାନୁ ନ ଥିବା ଏ ମଣିଷଗୁଡାଙ୍କୁ ଭାରତୀୟ କହିବାକୁ ବି କୁଣ୍ଠା ଲାଗୁଛି । ଏଣୁ ସମାନଙ୍କ ପ୍ରତି ସରକାରୀ ସମବେଦନର କୌଣସି ବି ଆବଶ୍ୟକତା ମନେ ହେଉନାହିଁ । ବିହାର ବିଧାନ ପରିଷଦରେ ମଦ ବିରୋଧି ଆଇନ୍ ସଂଶୋଧନ ବିଲ୍ ପାରିତ ହେଲା ବେଳେ ଏମିତି ରୋକଠୋକ୍ କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ କଡ଼ା ଅଭିମୁଖ୍ୟ । ମଦ୍ୟପମାନଙ୍କୁ କଡ଼ା ଶବ୍ଦରେ ଭତ୍ସନା କରିଛନ୍ତି ନିତିଶ ।

ବୁଧବାର ବିଧାନ ପରିଷଦରେ ଅବକାରୀ ନିରୋଧୀ ସଂଶୋଧନ ବିଲକୁ ଧ୍ୱନୀମତରେ ପାରିତ କରାଯାଇଥିଲା । ଯାହାପରେ ରାଜ୍ୟରେ ପ୍ରଥମଥର ଲାଗି ମଦ ବିରୋଧି ଆଇନ୍ କଡ଼ାକଡି ପାଳନ କରାଯିବ । ଏଣିକି ରାଜ୍ୟରେ କେହି ମଦ ବିରୋଧୀ ନିୟମ ଭଙ୍ଗ କଲେ ପ୍ରଥମେ ଜୋରିମାନା ଦେବେ ଓ ପରେ କୋର୍ଟଚାଲାଣ ହୋଇ ଜାମିନରେ ଆସିବେ । ଜରିମନା ଅନାଦେୟ ହେଲେ ଅଭିଯୁକ୍ତଙ୍କୁ ଗୋଟିଏ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଆଇନ୍ କରାଯାଇଛି । ଆଇନ୍ ଏତେ କଠୋର ଯେ ମଦ୍ୟପ ଓ ମଦ ଯୋଗାଣକାରୀ ଉଭୟ ଫଶିବେ । କେହି ଯଦି ମଦ୍ୟପାନ କରି ଧରାପଡନ୍ତି ପୁଲିସର ପ୍ରଥମ କାମ ହେବେ ମଦ ଆସିଥିବା ଠିକଣାକୁ ସିଲ୍ କରିବା । ପରେ ଉକ୍ତ ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!