ଭାରତର ପ୍ରଚେଷ୍ଟା ହିଁ ଯୁଦ୍ଧକୁ ବନ୍ଦ କରିପାରିବ -ରୁଷ୍‌

ନୂଆଦିଲ୍ଲୀ -: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ଅତିକ୍ରମ କରିଯାଇଛି । ଏହା ସତ୍ତ୍ୱେ ଯୁଦ୍ଧ ଦିନକୁ ଦିନକୁ ଦିନ ଅଧିକ ଭୀଷଣ ହେଉଛି । ଏବେ ୟୁକ୍ରେନ ମଧ୍ୟ ରୁଷ ଭିତରେ ପଶି ଆକ୍ରମଣ ଆରମ୍ଭ କରିଦେଇଛି ।

Advertisement

ଏଭଳି ପରିସ୍ଥିତି ମଧ୍ୟରେ ଭାରତ ଆସିଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ । ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ ଭାରତ ଯଦି ୟୁକ୍ରେନ ଓ ରୁଷ ମଧ୍ୟରେ ମଧ୍ୟସ୍ଥତା କରିବ ମସ୍କୋ ତାହାକୁ ସମର୍ଥନ କରିବ । ସେ କହିଛନ୍ତି ଯେ ଭାରତ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଭାରତ ବିଶ୍ୱ ରାଜନୀତିରେ ନିଜର ଭୂମିକା ନିର୍ବାହ କରି ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସେ ତେବେ ରୁଷ ତାହାକୁ ସମର୍ଥନ କରିବ ।


ମଧ୍ୟସ୍ଥତା ପାଇଁ ଭାରତକୁ ରୁଷର ପ୍ରସ୍ତାବକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କାରଣ ଭାରତ ରୁଷର ବନ୍ଧୁରାଷ୍ଟ୍ର ହୋଇଥିଲେ ବି ୟୁକ୍ରେନ ସଂକଟକୁ ନେଇ ଏପର୍ଯ୍ୟନ୍ତ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଆସିଛି । ଏଥିପାଇଁ ଭାରତ ଉଭୟ ଶିବିର ପାଇଁ ଗ୍ରହଣୟ ହୋଇପାରିବ ବୋଲି ମନେ କରାଯାଉଛି । ଏବେ ତୁର୍କୀରେ ୟୁକ୍ରେନ ଓ ରୁଷ ମଧ୍ୟରେ ଆଲୋଚନା ଚାଲିଥିଲେ ବି ତୁର୍କୀ ନାଟୋ ସଦସ୍ୟ ହୋଇଥିବାରୁ ତାହାର ଆଭିମୁଖ୍ୟ ପ୍ରତି ସଂଦେହ ଜାରି ରହିଛି ।

Advertisement

Leave a Reply

Your email address will not be published. Required fields are marked *