ସାବଧାନ ରୋଡ ରୋମିଓ, ଆକ୍ଟିଭ ମୁଡରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ

ସାବଧାନ ହୋଇଯାଆନ୍ତୁ ରୋଡ଼ ରୋମିଓ । ରାସ୍ତାରେ ଯାଉଥିବା ଯୁବତୀ ବା କଲେଜ ପଢୁଆ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କଲେ ହୋଇପାରେ କଡା ଆକ୍ସନ ।

Advertisement

କାରଣ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଆଣ୍ଟି ରୋମିଓ ସ୍କ୍ୱାର୍ଡକୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ନବରାତ୍ରୀ ଆରମ୍ଭ ହେବାର ପ୍ରଥମ ଦିନରୁ ମହିଳା ସୁରକ୍ଷା ପାଇଁ ପୁଲିସ ବିଭାଗ ଦ୍ୱାରା ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବା ଉଚିତ ଏବଂ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ସମସ୍ତ ସ୍କୁଲ ଓ କଲେଜରେ ରୋମିଓ ବିରୋଧୀ ସ୍କ୍ୱାର୍ଡ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

https://youtu.be/ypDXSjh84qk
subscribe now

ସେହିପରି ଗୃହ ବିଭାଗର ମୁଖିଆ ଥିବା ଯୋଗୀ ୧୦୦ ଦିନ ମଧ୍ୟରେ ପୁଲିସ ବିଭାଗରେ ଅତି କମରେ ୧୦,୦୦୦ ପୁଲିସ୍ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ନବନିତ ସେହଗାଲ କହିଛନ୍ତି ଯେ ଶୁକ୍ରବାର ଦିନ ବରିଷ୍ଠ ଅଧିକାରୀଙ୍କ ସହ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, “ନବରାତ୍ରର ପ୍ରଥମ ଦିନରୁ ପୁଲିସ ବିଭାଗ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇବା ଉଚିତ ।

subscribe now


ଝିଅମାନଙ୍କ ସୁରକ୍ଷା ପାଇଁ ସମସ୍ତ ସ୍କୁଲ ଏବଂ କଲେଜରେ ଆଣ୍ଟିି ରୋମିଓ ସ୍କ୍ୱାର୍ଡ ସକ୍ରିୟ କରିବା ସହ ପୁଲିସର ଏକ ଟିମ୍ ସନ୍ଧ୍ୟା ସମୟରେ ଭିଡ଼ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉ କି ୨୦୧୭ରେ କ୍ଷମତାକୁ ଆସିବା ପରେ ରୋଡ଼ ରୋମିଓଙ୍କୁ ସାବାଡ଼ କରିବାକୁ ଯୋଗୀ ସରକାର ଆଣ୍ଟିି ରୋମିଓ ସ୍କ୍ୱାର୍ଡ ଗଠନ କରିଥିଲେ । ଯାହାକୁ ଉତ୍ତରପ୍ରଦେଶବାସୀ ବେଶ ପସନ୍ଦ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!