ଅରବିନ୍ଦଙ୍କ ମିଶନ ଗୁଜୁରାଟ, ଗୁଜୁରାଟ ଦଖଲ କରିବ ଆପ୍ …

ଅହମଦାବାଦ -: ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆମ୍ ଆଦ୍‌ମୀ ପାର୍ଟି’ର ମୁଖ୍ୟ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ଦୁଇଦିନିଆ ଅହମଦାବାଦ ଗସ୍ତରେ ଯାଇ ସାବରମତୀ ଆଶ୍ରମ ପରିଦର୍ଶନ କରିଛନ୍ତି ।

Advertisement

ଉଭୟ ‘ଆପ୍‌’ ନେତା ଶୁକ୍ରବାର ରାତିରେ ଅହମଦାବାଦ ସହରରେ ପହଞ୍ଚିଥିଲେ । ଚଳିତ ବର୍ଷ ଶେଷ ଆଡ଼କୁ ‘ବିଜେପି’ ଶାସନାଧୀନ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବାରୁ ସେଠାରେ କ୍ଷେତ୍ର ପ୍ରସ୍ତୁତି ନିମନ୍ତେ ଉଦ୍ୟମ କରିବା ଲାଗି ଦୁହେଁ ଅହମଦାବାଦ ଯାଇଥିବା କୁହାଯାଉଛି । ଦୁହେଁ ସାବରମତୀ ଆଶ୍ରମ ପରିସରସ୍ଥିତ ମହାତ୍ମା ଗାନ୍ଧୀ ରହୁଥିବା ସ୍ଥାନ ‘ହୃଦୟକୁଞ୍ଜ’କୁ ଯାଇ ଯାଦୁଘର ବୁଲିବା ସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ନତମସ୍ତକ ହୋଇ ପ୍ରଣାମ ଜଣାଇଥିଲେ ।

subscribe now

ଦୁଇ ନେତା ଆଶ୍ରମରେ ଥିବା ଅରଟରେ ସୂତା ମଧ୍ୟ କାଟିଥିଲେ । ଏହାପରେ ଆଶ୍ରମରେ ଥିବା ପରିଦର୍ଶକ ଖାତାରେ ସେମାନେ ନିଜ ନିଜର ମତାମତ ଲେଖିଥିଲେ । ସେଠାରେ ଉପସ୍ଥିତ ଥିବା କର୍ତ୍ତୃପକ୍ଷମାନେ ଉଭୟଙ୍କୁ ଗୋଟାଏ କ୍ଷୁଦ୍ର ଅରଟ ଏବଂ ମହାତ୍ମା ଗାନ୍ଧୀଙ୍କ ଜୀବନ ଆଧାରିତ ପୁସ୍ତକ ଉପହାର ଦେଇଥିଲେ । ସାମ୍ବାଦିକମାନଙ୍କୁ କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ସାବରମତୀ ଆଶ୍ରମକୁ ମୋର ପ୍ରଥମ ଗସ୍ତ । ପୂର୍ବରୁ ମୁଁ ସାମାଜିକକର୍ମୀ ଥିବା ବେଳେ କେତେ ଥର ଏଠାକୁ ଆସିଥିଲି । ଯେତେବେଳେ ଏଠାକୁ ଆସେ ଅନ୍ତରରେ ଶାନ୍ତି ପାଏ । ଆଜି ସନ୍ଧ୍ୟାରେ କେଜ୍ରିୱାଲ୍ ଓ ମାନ୍ ଅହମଦାବାଦର ପୂର୍ବାଞ୍ଚଳରେ ୨ କିଲୋମିର୍ଟ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ଥାନୀୟ ‘ଆପ୍‌’ କର୍ମକର୍ତ୍ତାମାନେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!