ବିଶ୍ୱରେ ଗ୍ୟାସ ଓ ଖାଦ୍ୟର ଦରଦାମ ବୃଦ୍ଧିକୁ ନେଇ ପୁଟିନଙ୍କୁ ଦାୟିକଲେ ବାଇଡେନ୍‌

ୱାସିଂଟନ୍ -: ବିଶ୍ୱବ୍ୟାପୀ ଗ୍ୟାସ୍ ଓ ଖାଦ୍ୟ ଦାମ୍ ଦ୍ରୁତ ବୃଦ୍ଧି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍‌ଙ୍କୁ ୟୁକ୍ରେନ୍ ଆକ୍ରମଣକୁ ଦାୟୀ କରିଛନ୍ତି । ଟୁଇଟ୍ କରି ଆଜି ସେ ଲେଖିଛନ୍ତି, ପୁଟିନ୍‌ଙ୍କ ୟୁକ୍ରେନ୍ ଆକ୍ରମଣ ସମଗ୍ର ବିଶ୍ୱରେ ଗ୍ୟାସ୍ ଓ ଖାଦ୍ୟ ଦାମ୍ ବୃଦ୍ଧି କରାଇଛି । ଏଭଳି ସଙ୍କଟ ଟାଳିବାରେ ସହାୟକ ହେବାକୁ ଗତକାଲି ମୁଁ ଆମ ‘ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ’ରୁ ଆଗାମୀ ୬ ମାସ ନିମେନ୍ତେ ଦୈନିକ ୧ ନିୟୁତ ବ୍ୟାରେଲ୍ ରିଲିଜ୍ କରିବା ଲାଗି ଅନୁମତି ଦେଇକ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଜାଣେନା ଏଭଳି ପଦକ୍ଷେପ ଗ୍ରହଣ କରିବା ଫଳରେ ଗ୍ୟାସୋଲିନ୍ ମୂଲ୍ୟ କେତେ ହ୍ରାସ ପାଇବ । ମନେହୁଏ, ଗ୍ୟାଲୋନ୍‌ପିଛା ୧୦ ସେଣ୍ଟରୁ ୩୫ ସେଣ୍ଟ ମଧ୍ୟରେ କମିପାରେ ।
ତାଙ୍କ କଥାରୁ ଉଦ୍ଧାର କରି ହ୍ୱାଇଟ୍ ହାଉସ୍ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ମୂଳ କଥା ହେଲା, ଯଦି ଆମେ ଗ୍ୟାସ୍ ମୂଲ୍ୟ କମାଇବାକୁ ଚାହିଁବା ଠିକ୍ ଏତିକି ବେଳେ ଆମକୁ ଅଧିକ ତୈଳ ଆମଦାନି କରିବାକୁ ପଡ଼ିବ । ଏବେ ବିଶ୍ୱବାସୀଙ୍କ ପାଇଁ ପରିଣାମ ଭୋଗ ଏବଂ ବିପଦର ବେଳା ଆସିଥିବା ବେଳେ ପେଟ୍ରୋଲ୍ ପମ୍ପ୍‌ରେ ଆମେରିକୀୟ ପରିବାର କଷ୍ଟ ପାଉଛନ୍ତି ।

Advertisement

ଗୁରୁବାର ଦିନ ମଧ୍ୟ ‘ଇର୍ଣ୍ଟନ୍ୟାସ୍‌ନାଲ୍ ମନିଟାରି ଫଣ୍ଡ୍‌’ର ନୂତନ ମୁଖ୍ୟ ଅର୍ଥନୀତିଜ୍ଞ ପାଇର୍-ଅଲିର୍ଭ ଗୋର୍ଣ୍ଣିକାସ୍ କହିଥିଲେ ଯେ, ରୁଷ୍‌ର ୟୁକ୍ରେନ୍ ଆକ୍ରମଣ ବିଶ୍ୱ ଅର୍ଥନୀତିକୁ ଏଭଳି ଶକ୍ତ ଧକ୍କା ଦେଇଛି ଯାହା ଯୋଜନା ପ୍ରଣେତାଙ୍କ ପାଇଁ ଚାଲେଞ୍ଜ୍ ପାଲଟିବ । କାରଣ ଅଭିବୃଦ୍ଧିକୁ ଚପାଇ ନ ରଖି ସେମାନଙ୍କୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ପଡ଼ିବ ।

ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଟ୍ରେଜେରିର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ପାଶ୍ଚାତ୍ୟ ରାଷ୍ଟ୍ର ଜାରି କରିଥିବା କଟକଣା ଯୋଗୁଁ ରୁଷ୍‌ରେ ସାମୟିକ ଆର୍ôଥକ ଅବନତି ଆରମ୍ଭ ହୋଇ ଅର୍ଥନୈତିକ କାର୍ଯ୍ୟକଳାପ ନିଜ ଦେଶ ମଧ୍ୟରେ ସୀମିତ ହୋଇଗଲାଣି ।

ସୂଚନାଯୋଗ୍ୟ, ଫେବ୍ରୁଆରି ୨୪ରେ ମସ୍କୋ ଅଚାନକ ଆକ୍ରମଣ ଘୋଷଣା କରିବା ପରେ ୟୁକ୍ରେନ୍ ଯୁଦ୍ଧ ୩୮ ଦିନରେ ପ୍ରବେଶ କରିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!