ଗାଇ ପଶି ଆସିଲା ବସ ଓଲଟିଗଲା, ୧୦ଯାତ୍ରୀ ଗୁରୁତର

ଭଦ୍ରକ -: ଓଲଟିଲା ଯାତ୍ରୀବାହୀ ବସ୍ । ଭଦ୍ରକ ଧାମନଗରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସଟି ସାମ୍‌ନାକୁ ହଠାତ୍ ଏକ ଗାଈ ଚାଲି ଆସିବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ।

Advertisement

ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ତେବ ବସରେ ୫୦ ଜଣ ଯାତ୍ରୀ ଥିଲେ । ଭଦ୍ରକ-ଧାମନଗର ରାସ୍ତାର ପାଳିକିରି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଓ ଆମ୍ବୁଲାନ୍ସ ସାହାଯ୍ୟରେ ଆହତ ଯାତ୍ରୀ ମାନଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ପଠେଇବା ସହ ଆଉ କିଛି ଯାତ୍ରୀ ମାନଙ୍କୁ ଧାମନଗର ଚିକିତ୍ସାଳୟକୁ ପଠେଇ ଥିବା ଜଣାପଡିଛି । ତେବେ ଘଟଣା ସ୍ଥଳରେ ଗାଈଟିର ମୃତ୍ୟୁ ଘଟିଥିବା ଜଣା ପଡିଛି । ତେବେ ଘଟଣାସ୍ଥଳରୁ ଡ୍ରାଇଭର କଣ୍ଡକ୍ଟର ଫେରାର ହୋଇଯାଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!