ମମତାଙ୍କୁ କଟାକ୍ଷ କରି ସମାଲୋଚନା କଲେ ନିର୍ଭୟାଙ୍କ ମା’ …

କୋଲକାତା -: ଦୁଷ୍କର୍ମକୁ ନେଇ ସମ୍ବେଦନଶୀଳ ନଥିବା ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି । ନାଦିଆ ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବିବାଦୀୟ ବୟାନ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମା’ ।

Advertisement

ସେ କହିଛନ୍ତି ଯେ, ଜଣେ ମହିଳା ହୋଇ ଦୁଷ୍କର୍ମ ପୀଡ଼ିତାଙ୍କ ବିଷୟରେ ଏଭଳି କହିବା ତାଙ୍କୁ ଶୋଭା ପାଉନାହିଁ । ଏଭଳି ଚିନ୍ତାଧାରା ରଖିଥିବା ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି । ଉଲ୍ଲେଖଯୋଗ୍ୟ, ନାଦିଆ ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ଦିଦି କହିଥିଲେ ଯେ, ଦୁଷ୍କର୍ମ ପାଇଁ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ନେଇ ସେମାନେ କାହାଣୀ ଶୁଣାଉଛନ୍ତି ।

watch now (subscribe your chanel)

ଆପଣମାନେ ଏହାକୁ ଦୁଷ୍କର୍ମ କହିବେ କି? ସେ ମୃତ୍ୟୁ ପୂର୍ବରୁ ଗର୍ଭବତୀ ଥିଲେ କି? ତାଙ୍କର କାହା ସହ ପ୍ରେମ ସଂପର୍କ ଥିଲା କି? ଏବିଷୟରେ କେହି ଯାଞ୍ଚ କରିଛନ୍ତି ନାଁ ନାହିଁ । ମୁଁ ଶୁଣିବାକୁ ପାଇଛି ଯେ, ପୀଡ଼ିତାର କାହା ସହ ପ୍ରେମ ସଂପର୍କ ଥିଲା । ଏବେ ଘଟଣା ପରେ ମୁଁ ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇକ୍ତି । ସେ ଆହୁରି କହିଛନ୍ତି, ନାବାଳିକାର ପ୍ରେମ ସମ୍ପର୍କ ଥିଲା ଏବଂ ପରିବାର ଏବିଷୟରେ ଜାଣିଥିଲେ । ଯଦି ପ୍ରେମୀଯୁଗଳ ସଂପର୍କରେ ଅଛନ୍ତି, ତେବେ ମୁଁ ସେମାନଙ୍କୁ ରୋକିପାରିବି ନାହିଁ? ଏହା ୟୁପି ନୁହେଁ, ଆମେ ଏଠାରେ ଲଭ୍ ଜିହାଦ୍ କରୁନାହୁଁ । ଏହା ହେଉଛି ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!