ଅଏଲ ଇଣ୍ଡିଆରୁ ୫୭କୋଟି ଟଙ୍କାର ଦାଦାବଟି !

ନୂଆଦିଲ୍ଲୀ -: ଦେଶର ପ୍ରମୁଖ ତୈଳ କମ୍ପାନି ଅଏଲ ଇଣ୍ଡିଆ ସାଇବର ଆକ୍ରମଣର ଶିକାର ହେବା ପରେ ଆସାମରେ ଏହାର ଉତ୍ପାଦନ ବ୍ୟାହତ ହୋଇଛି । ଏ ପରିସ୍ଥିତିରେ ସାଇବର ଆକ୍ରମଣର ଶିକାର ହୋଇଥିବା ଅଏଲ ଇଣ୍ଡିଆ ଠାରୁ ସାଇବର ଆକ୍ରମଣକାରୀମାନେ ୭୫,୦୦,୦୦୦ ଆମେରିକୀୟ ଡଲାର (୫୭ କୋଟି ରୁ ଅଧିକ) ଦାବି କରିଛନ୍ତି ବୋଲି କମ୍ପାନିର ଅଧିକାରୀମାନେ ବୁଧବାର ଦିନ କହିଛନ୍ତି ।

Advertisement

ଏ ଘଟଣା ସଂପର୍କରେ କମ୍ପାନି ପକ୍ଷରୁ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଭାରତୀୟ ଦଣ୍ଡ ସଂହିତା ଏବଂ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଅଏଲ ଇଣ୍ଡିଆ ସାଇବର ଆକ୍ରମଣର ଶିକାର ହେବାପରେ ଆଇଟି ବ୍ୟବସ୍ଥା ମାଧ୍ୟମରେ ବ୍ୟବସାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ଏଥିପାଇଁ ଉଭୟ କମ୍ପାନି ଓ ସରକାରଙ୍କ ରାଜକୋଷ ବିପୁଳ ଆର୍ôଥକ କ୍ଷତି ସହିଛନ୍ତି ବୋଲି କମ୍ପାନିର ମ୍ୟାନେଜର (ସୁରକ୍ଷା) ସଚିନ କୁମାର କହିଛନ୍ତି ।

ସେ କହିଛନ୍ତି, କମ୍ପାନିର ଜିଓଲୋଜିକାଲ୍ ଏବଂ ରିଜର୍ଭର ବିଭାଗର ଅନ୍ୟତମ ୱାର୍କ ଷ୍ଟେସନରେ ଏପ୍ରିଲ ୧୦ରେ ଏହି ସାଇବର ଆକ୍ରମଣ ହୋଇଥିଲା । ପ୍ରାଥମିକ ଅନୁସନ୍ଧାନ ପରେ ଜଣାପଡ଼ିଲା ଯେ ଅଏଲ ଇଣ୍ଡିଆର ନେଟୱାର୍କ, ସର୍ଭର ସମେତ ଗ୍ରାହକଙ୍କ ପିସି ନେଟୱାର୍କ ସାଇବର ଆକ୍ରମଣ ପରେ ବିଭ୍ରାଟର ସମ୍ମୁଖୀନ ହୋଇଛି । ଏହାପରେ ସାଇବର ଆକ୍ରମଣକାରୀ ସଂକ୍ରମିତ ପିସିର ଏକ ନୋଟ୍ ମାଧ୍ୟମରେ ଏଥିରୁ ମୁକ୍ତି ପାଇଁ ୭୫,୦୦,୦୦୦ ଡଲାର ଦାବି କରିଛନ୍ତି ବୋଲି କୁମାର କହିଛନ୍ତି ।

ଏହି ସାଇବର ଆକ୍ରମଣ ପରେ କମ୍ପାନିର ସର୍ଭର, ନେଟୱାର୍କ ଏବଂ ଅନ୍ୟାନ୍ୟ ସମ୍ବନ୍ଧୀୟ ସେବା ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି । ଦିିବ୍ରୁଗଡ ଜିଲ୍ଲାରେ ଅବସ୍ଥାପିତ ଆସାମ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସେମାନେ ଆଇପିସି ଏବଂ ଆଇଟି ଆକ୍ଟର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛନ୍ତି ଏବଂ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । କମ୍ପାନିର ମୁଖପାତ୍ର ତ୍ରିଦିଭ ହଜାରିକା ଗଣମାଧ୍ୟମକୁ କହିଛନ୍ତି ଯେ କମ୍ପାନି ପର୍ଯ୍ୟାୟକ୍ରମେ ସିଷ୍ଟମ ମରାମତି କାର୍ଯ୍ୟ କରୁଛି ଏବଂ ଏହା ସମୟ ନେବ । ଆମର ଅନଲାଇନ୍ ସିଷ୍ଟମ୍ ହ୍ରାସ ପାଇଛି ଏବଂ ଆମେ ଅଫ୍ ଲାଇନ୍‌ରେ କାମ କରୁଛୁ । ଡ୍ରିଲିଂ ଏବଂ ଉତ୍ପାଦନ କାର୍ଯ୍ୟ ପ୍ରଭାବିତ ହୋଇନାହିଁ । ଅନ୍ୟପକ୍ଷରେ, ଗୁଆହାଟୀର ନାରେଙ୍ଗିଠାରେ ଥିବା ଅଏଲ ଇଣ୍ଡିଆ ପାଇପ୍ ଲାଇନ୍‌

Advertisement

Leave a Reply

Your email address will not be published. Required fields are marked *

error: Content is protected !!