ତୋଷାଳି ସିମେଣ୍ଟ କାରଖାନା ଆଗରେ ୭ଦଫା ଦାବିନେଇ ଶ୍ରମିକଙ୍କ ଆନ୍ଦୋଳନ

Creat A Revolution

କୋରାପୁଟ /ପଟ୍ଟାଙ୍ଗି -: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ଠାରେ ରହିଥିବା ତୋଷାଳି ସିମେଣ୍ଟ କାରଖାନାର କାର୍ଯ୍ୟରତ ଶ୍ରମିକଙ୍କ ସାତ ଦଫା ଦାବି ନେଇ କାରଖାନା ସମ୍ମୁଖରେ ଆଜକୁ ଚାରିଦିନ ହେଲା ଧାରଣାରେ ବସିଛନ୍ତି ।

Advertisement

ଶ୍ରମିକ ସଂଘ କହିବା ଅନୁଯାୟୀ ୨୦୦୩ ମସିହାରୁ ଏଠାରେ ସିମେଣ୍ଟ କାରଖାନା ଆମ ଅଞ୍ଚଳରେ ଆରମ୍ଭ ହୋଇଥିଲା ଓ ସେତେବେଳେ କମ୍ପାନି କତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ଆର୍ôଥକ ଉନ୍ନତି, ଅଞ୍ଚଳର ଯୁବକ-ଯୁବତୀମାନଙ୍କୁ ନିଯୁକ୍ତି ଏମିତି ପ୍ରତିଶ୍ରୁତି ଦେଇ ଆରମ୍ଭ କରିଥିଲେ ସିମେଣ୍ଟ କାରଖାନା । କିନ୍ତୁ ପରବର୍ତ୍ତୀ ସମୟରେ ନିଯୁକ୍ତି ପାଇଥିବା ଯୁବକମାନଙ୍କୁ ବିଭିନ୍ନ ଆ, ଦେଖାଇ କାର୍ଯ୍ୟରୁ ଅନ୍ତର କରିଦେବା ସହ ପଡୋଶୀ ଆନ୍ଧ୍ର ଶ୍ରମିକମାନଙ୍କୁ ଆଣି ନିଯୁକ୍ତି ଦେଉଛି ।

ଏମିତିକି ବର୍ଷ ବର୍ଷ ଧରି କମ୍ପାନିରେ କାର୍ଯ୍ୟରତ ଶ୍ରମିକଙ୍କୁ ବିଧିବଦ୍ଧ ନିଯୁକ୍ତିପତ୍ର ନ ଦେଇ ମନଇଚ୍ଛା କାମରୁ ବାହାର କରି ଦେଉଛି । ଦୀର୍ଘ ବର୍ଷ କାମ କଲେ ମଧ୍ୟ କମ୍ପାନି ପକ୍ଷରୁ ନା ସେମାନଙ୍କୁ ସର୍ବନିମ୍ନ ମଜୁରୀ ମିଳୁଛି ନା ଇପିଏଫ୍ ଭଳି ସୁବିଧା ମିଳୁଛି । କାର୍ଯ୍ୟରତ ସମୟରେ କୌଣସି ଶ୍ରମିକ ମୃତାହତ ହେଲେ ତାହାପାଇଁ ମଧ୍ୟ କୌଣସି କ୍ଷତିପୂରଣର ବ୍ୟବସ୍ଥା ନାହିଁ । ଏହିପରି ଯଦିଓ କୌଣସି ବ୍ୟକ୍ତି ଅଭିଯୋଗ କରେ ତାହାହେଲେ କମ୍ପାନି ସଂପୃକ୍ତ ବ୍ୟକ୍ତିଙ୍କୁ ଡିଉଟି ନ ଦେବା ସହ କାର୍ଯ୍ୟରୁ ମଧ୍ୟ ବାହାର କରିଦେଉଛି । କମ୍ପାନି କର୍ତ୍ତୃପକ୍ଷ ଦୀର୍ଘ ବର୍ଷ ଧରି ନିଜ ରାଜ ଚାଇଆସୁଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟ ଦାବି ଗୁଡିକ ହେଲା ସିମେଣ୍ଟ କାରଖାନା ଓ ଖଣି ଖନନ ଲାଗି ଜମି ହରା ପରିବାରଙ୍କୁ ପ୍ରତିଶ୍ରୁତି । ଉପଯୁକ୍ତ କ୍ଷତିପୂରଣ ଓ ନିଯୁକ୍ତି ଦିଆଯାଉ ।

କମ୍ପାନିରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତରେ ନିଯୁକ୍ତି ଦିଆଯାଉ, ଯେଉଁ ଶ୍ରମିକଙ୍କୁ କମ୍ପାନି କାର୍ଯ୍ୟରୁ ବାହାର କରିଦେଇଛି ସେମାଙ୍କ ପୁନଃ ନିଯୁକ୍ତି ଦିଆଯାଉ । କମ୍ପାନିରେ ସମସ୍ତ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନକରାଯାଉ । କମ୍ପାନିରେ କାର୍ଯ୍ୟରତ ସାମୟରେ ଆହତ ଓ ମୃତାହତ ହେଲେ ଶ୍ରମିକଙ୍କୁ କ୍ଷତିପୂରଣ ଦିଆଯାଉ । କମ୍ପାନିରେ କାର୍ଯ୍ୟରତ ସମସ୍ତ ଶ୍ରମିକ, ଡ୍ରାଇଭରଙ୍କ ଦରମାକୁ ଦର ବୃଦ୍ଧି ଅନୁପାତରେ ନିୟମିତ ବୃଦ୍ଧି କରାଯାଉ । କମ୍ପାନି ମନଇଚ୍ଛା ବ୍ଳାଷ୍ଟିଂ କରିବା ଫଳରେ ସ୍ଥାନୀୟ ଲୋକଙ୍କୁ ଘର, ଗୃହପାଳିତ ପଶୁ ଏବଂ ଧନ-ଜୀବନ କ୍ଷୟକ୍ଷତି ହେଉଥିବାରୁ ନିୟନ୍ତ୍ରଣ କରି ଓ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ତାର ସିଏସ୍‌ଆର ପଲିସି ଏବଂ ଅନ୍ୟାନ୍ୟ ପାଣ୍ଠିରୁ ଆର୍ଥ ଖର୍ଚକରି ଅଞ୍ଚଳର ଉନ୍ନତି କରୁ ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights