ପୋଲିସ ନ୍ୟାୟ ନଦେବାରୁ ବିଷ ପିଇଲେ ବାପ ଝିଅ, ବାପ ଗୁରୁତର ଝିଅ …

ଭଦ୍ରକ -: ପୁଲିସ ନ୍ୟାୟ ନ ଦେବାରୁ ବିଷ ପିଇଲେ ବାପା-ଝିଅ । ବାପା ଗୁରୁତର ଥିବା ବେଳେ କଟକ ବଡ଼ଡ଼ାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଝିଅ ସୁସ୍ଥ ଅବସ୍ଥାରେ ଅଛି । ଗୁରୁତର ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ ମହୁ ମୁହାଣ ଗ୍ରାମର ସଞ୍ଜୟ କୁମାର ନାୟକ । ପୁଲିସ ନାଁରେ ଏଭଳି ଅଭିଯୋଗ ଆଣି ବାପା-ଝିଅ ବିଷ ପିଇଥିବା ନାବାଳିକା ଝିଅ କହିଛି ।

ଅଭିଯୋଗ ଅନୁଯାୟୀ, ଗତ ୧୯ ଦିନ ତଳେ ନାବାଳିକା ଝିଅ ସ୍ଥାନୀୟ ସୋରର ମଙ୍ଗଳପୁର ଶ୍ରୀନିବାସ କଲେଜରେ ପଢିବାକୁ ଯାଉଥିଲେ । ବାଟରେ କିଛି ଲୋକ କମେଣ୍ଟ ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅପହରଣ କରିନେବାକୁ ଚେଷ୍ଟା କରିଥିଲେ । ପରେ ଏନେଇ ନାବାଳିକା ଝିଅ ତାଙ୍କ ପରିବାରକୁ ଜଣାଇବା ପରେ ପରିବାର ଲୋକ ସୋର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏହି ଅଭିଯୋଗକୁ ଗୁରୁତର ସହ ନ ନେବାରୁ ଆଜି ସୋର ଥାନାକୁ ବାପା-ଝିଅ ଆସିଥିଲେ ।

ଏହି ସମୟରେ ତିନି ଜଣ ବ୍ୟକ୍ତି ସେମାନଙ୍କୁ ପିଛା କରିବା ପରେ, ଭୟରେ ବାପା ଝିଅ ଭଦ୍ରକ ଆଡେ ପଳାଇ ଆସିଥିଲେ । ଶେଷରେ ନିରାଶ ହୋଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ନିକଟରେ ଜଣକ ଘର ସମ୍ମୁଖରେ ଥଣ୍ଡା ପାନୀୟରେ ବିଷ ମିଶାଇ ପିଇ ଦେଇଥିଲେ । ବାପାକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିବା ବେଳେ, ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଅନ୍ୟପଟରେ ଏହି ଘଟଣାକୁ ନେଇ ରହସ୍ୟ ଦେଖାଯାଇଛି । କେଉଁ କାରଣ ପାଇଁ ବାପା ବିଷ ପିଇଲେ ନାଁ ଏହି ଘଟଣା ପଛରେ ଆଉ କେଉଁ କାରଣ ରହିଛି? ପୁଲିସ ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!