ଭବାନୀପାଟଣା ରିଜର୍ଭ ପଡିଆରେ ଆତ୍ମ ସମର୍ପଣ କରିଥିବା ଦୁଇ ନକ୍ସଲଙ୍କ ବାହାଘର, ଯୋଗଦେଲେ ବରିଷ୍ଠ ପୋଲିସ ଅଧିକାରୀ

କଳାହାଣ୍ଡି(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଆଜି ଦୁଇ ନକ୍ସଲ ଙ୍କ ବାହାଘର । ଦିନ ଥିଲା ବନ୍ଧୁକ ଧରି ନକ୍ସଲଙ୍କ ସହ ସାମିଲ ହୋଇଥିଲେ । ଆଜି ସେହି ହାତରେ ଲାଗିଲା ମେହେନ୍ଦି ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋଲିସ ବେରେକ ମନ୍ଦିର ଠାରେ ।

ଗତ ୨୦୧୯ରେ ଦୁଇ ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ଆତ୍ମସମର୍ପଣ କରିଥିଲେ । ପୋଲିସ ପାଖରେ ଆତ୍ମ ସମର୍ପଣ କରି ଥିବା ମହିଳା ମାଓବାଦୀ କମଳା ଦେଇ । କଳାହାଣ୍ଡି ଜିଲ୍ଲାର ହୋଇଥିବା ବେଳେ ବର ରାମ ଦାସ ଛତିସଗଡର଼ ବୋଲି ଜଣା ପଡିଛି । ୨୦୧୯ରେ ଭିନ୍ନ ଭିନ୍ନ ସମୟରେ ଆତ୍ମ ସମର୍ପଣ କରିଥିଲେ । ତେବେ ତାଙ୍କର ଆଜି ବାହାଘର ହୋଇଛି । ଭବାନୀପାଟଣା ସ୍ଥିତ ପୋଲିସ ବେରେକ ଥିବା ମନ୍ଦିରରେ ଉଭୟଙ୍କର ବାହାଘର ହଇଛି । ଏହି ବାହାଘରକୁ ଜିଲ୍ଲା ପୋଲିସ ଆୟୋଜନ କରିଛି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!