ସୋନୁ ସୁଦ୍‌ଙ୍କୁ ନେଇ ଆସିଲା ଏଭଳି ଖବର, ଆପଣଙ୍କ ପାଦତଳୁ ମାଟି ଖସିଯିବ

ମୁମ୍ବାଇ -: କରୋନା ମହାମାରୀ ସମୟରେ ଗରିବଙ୍କ ଭଗବାନ ବନିଥିଲେ ବଲିଉଡ ଅଭିନେତା ସୋନୁ ସୁଦ୍ । ଲୋକଙ୍କୁ ନିଜ ଘରକୁ ଫେରାଇ ଆଣିବା ସହ ସେମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇଥିଲେ ସୋନୁ । ତାଙ୍କର ଏଭଳି କାମ ପରଦା ଉପରେ ଥିବା ତାଙ୍କର ଖଳନାୟକ ଇମେଜ୍ ବଦଳାଇଥିଲା ।

କୋଟି କୋଟି ଦେଶବାସୀଙ୍କ ଭଗବାନ ପାଲଟିବା ପରେ ସୋନୁ ସୁଦଙ୍କୁ ଏହା ଭାରୀ ପଡ଼ୁଥିବା ଜଣାପଡ଼ିଛି । ନିକଟରେ ଏକ ସାକ୍ଷାତକାରରେ ସୋନୁ ସୁଦ କହିଛନ୍ତି ଯେ, କରୋନା ପରେ ମୋର ଇମେଜ୍ ବଦଳିଛି । ଏଥିପାଇଁ ମୋ ପାଖକୁ ଖଳନାୟକ ଚରିତ୍ରର ଅଫର ଆସିବା ବନ୍ଦ ହୋଇଯାଇଛି । ତାଙ୍କ କହିବା ମୁତାବକ, ଅସଲ ଜୀବନରେ ଲୋକଙ୍କ ହିରୋ ହେବା ପରେ ପରଦାରେ ମେତେ ଖଳନାୟକ ଚରିତ୍ରରେ ଦେଖିବାକୁ କିଏ ପସନ୍ଦ କରିବ?

Advertisement

ମୋତେ ଏବେ କେହି ଖଳନାୟକ ଚରିତ୍ରର ଅଫର ଦେଉ ନାହାଁନ୍ତି । କରୋନା ମହାମାରୀ ପୂର୍ବରୁ ମୁଁ ଯେଉଁ ସବୁ ଫିଲ୍ମର ସୁଟିଂ ଆରମ୍ଭ କରିଥିଲି, ସେ ଫିଲ୍ମର ସ୍କ୍ରିପ୍ଟ ଏବେ ବଦଳାଯାଉଛି । ମୋର ଇମେଜ୍ ବଦଳିବା ସହ ସବୁକିଛି ବଦଳିଛି । ଅସଲ ଜୀବନ ଭଳି ପରଦାରେ ବି ମୋର ଇମେଜକୁ ଭଲ ଦେଖାଇବା ପାଇଁ ଏବେ ନିର୍ଦ୍ଦେଶକ ଚେଷ୍ଟା କରୁଛନ୍ତି । ମୁଁ ଭାବୁଛି ଏହା ମୋ ପାଇଁ ନୂଆ ଅଟେ । ଆଶା କରୁଛି ଏହା ମୋ ପାଇଁ ଭଲ ହେବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!