ହେ ବାବୁ, ମୋ ଦେହକୁ ଉପଭୋଗ କର, ହେଲେ ପାଣି ମୁନ୍ଦେ ଦିଅ : ସେକ୍ସ ଫର୍ ୱାଟର !

ନୂଆଦିଲ୍ଲୀ -: କୁହାଯାଏ, ଜଳ ହିଁ ଜୀବନ । ଖାଦ୍ୟ ବିନା ଲୋକଟିଏ ଦିନେ କି ଦୁଇଦିନ ରହିଯିବ, ହେଲେ ପାଣିବିନା ଜିଇବା ଅସମ୍ଭବ । ଏହାର ସୁଯୋଗ ନେଇ ଫାଇଦା ଉଠାଉଛନ୍ତି ପାଣି ଦଲାଲ୍ ବା ‘ୱାଟର ଭେଣ୍ଡର’ । ‘‘ହେ ବାବୁ, ମୋ ଦେହକୁ ଉପଭୋଗ କର, ହେଲେ ପାଣି ମୁନ୍ଦେ ଦିଅ, ଜୀବନ ବଂଚେଇ ଦିଅ ।’’ ପାଣି ପାଇଁ ମହିଳାମାନଙ୍କୁ ନିଜ ଶରୀର ଦାନ କରିବାକୁ ପଡୁଛି ! ପାଣି ଦଲାଲମାନଙ୍କ ସହ ରାତି କଟାଇବାକୁ ପଡୁଛି !! ଏପରିକି ଚାରି ଚାରିଟି ପିଲାର ମାଆକୁ ମଧ୍ୟ ପାଣି ପାଇଁ ଦଲାଲ ପାଖରେ ନିଜକୁ ସମର୍ପି ଦେବାକୁ ପଡୁଛି । ଯିଏ ଦଲାଲଙ୍କ ସର୍ତରେ ରାଜିହେଲା ସେ ପାଣି ପାଇଲା, ଆଉ ଯିଏ ମନାକଲା ଖାଲି ଜାରକିନ ଧରି ଘରକୁ ଫେରିଲା । ସତରେ କ’ଣ ଏଭଳି ଭୟଙ୍କର, ସାଂଘାତିକ, ଅମାନବୀୟ, ମାରାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି ? ଏକଥା ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ । ପାଣି ପାଇଁ ଏଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି କେନିଆର ରାଜଧାନୀ ନାଇରୋବି ସହରରେ । ଦିନକୁ ଦିନ ଜଳବାୟୁରେ ବ୍ୟାପକ ପରିବର୍ତନ ଯୋଗୁଁ ନାଇରୋବିରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବର୍ଷା ଅଭାବ ଯୋଗୁଁ ଜଳାଶୟ ଶୁଖିଲା ପଡ଼ିଛି । ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । କେମିତି ପାଣି ଜାରିକିନ୍ଏ ମିଳିଗଲେ ଜୀବନ ବଂଚିଯିବ, ପରିବାର ରକ୍ଷା ହୋଇଯିବ, ସେଥିପାଇଁ ରାତିଦିନ ପରିବାରର ମହିଳାମାନଙ୍କୁ କସରତ କରିବାକୁ ପଡୁଛି । ପାଣି ଦଲାଲମାନଙ୍କ ଦୂଆରେ ଧାଡ଼ି ବାନ୍ଧି ଦିନଦିନ ରାତିରାତି ଚାତକ ଭଳି ଅପେକ୍ଷା କରିବାକୁ ପଡୁଛି । କୁହାଯାଏ, ଜଳ ହିଁ ଜୀବନ । ଖାଦ୍ୟ ବିନା ଲୋକଟିଏ ଦିନେ କି ଦୁଇଦିନ ରହିଯିବ, ହେଲେ ପାଣିବିନା ଜିଇବା ଅସମ୍ଭବ । ଏହାର ସୁଯୋଗ ନେଇ ଫାଇଦା ଉଠାଉଛନ୍ତି ନାଇରୋବିର ପାଣି ଦଲାଲ୍ ବା ‘ୱାଟର ଭେଣ୍ଡର’ । ଗତ କିଛି ବର୍ଷ ଧରି କେନିଆର ଅନେକ ଅଂଚଳରେ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି । କେନିଆା ୱାଟର ଆଣ୍ଡ୍ ସାନିଟେସନ୍ ସିଭିଲ୍ ସୋସାଇଟି ନେଟୱର୍କ ମଧ୍ୟ ଏକଥାକୁ ସ୍ୱୀକାର କରିଛି । ଦିନକୁ ଦିନ ପାଣି ପାଇଁ ସେଠାରେ ଯୌନ ଶୋଷଣ ବଢିଚାଲିଛି ବୋଲି ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏ ସଂକ୍ରାନ୍ତରେ ଏକ ରିପୋର୍ଟ ‘ସେକ୍ସ ଫର୍ ୱାଟର’ ମଧ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ହୋଇଛି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!