କାନ୍ଧରେ ଅଜଗର ସାପ ଧରି ନୃତ୍ୟ କରୁଛନ୍ତି ଯୁବକ ଦେଖନ୍ତୁ ଭିଡିଓ


ନୂଆଦିଲ୍ଲୀ -: ସାପ ନାମ ଶୁଣିଲେ ସମସ୍ତଙ୍କ ଲୋମମୂଳ ଟାଙ୍କୁରି ଉଠିଥାଏ । ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ । ଯଦି ଆମେ ବିଶାଳ ଅଜଗର ସାପ ବିଷୟରେ କହିବା, ତେବେ ଏହା ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କୁ ବି ଗିଳି ଦେଇଥାଏ । । ସେଥିପାଇଁ ସର୍ବଦା ସାପ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଏ ।

https://youtube.com/shorts/c1CcgNRw4yo?feature=share (click this link(youtube) see video )

ନିକଟରେ ଦୁଇଟି ଅଜଗର ସାପକୁ ନେଇ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ବ୍ୟକ୍ତି କାନ୍ଧରେ ଦୁଇଟି ଅଜଗର ସାପ ପକାଇଥିବାର ନଜର ଆସିଛନ୍ତି । କେବଳ ଏତିକି ନୁହେଁ, ମୁଣ୍ଡରେ ଟୋପି ଓ ମୁହଁରେ ମାସ୍କ ପିନ୍ଧିଥିବା ବ୍ୟକ୍ତି ଜଣକ ଦୁଇଟି ଅଜଗରକୁ କାନ୍ଧରେ ପକାଇ ଖୁସିରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି ।

Advertisement

ୱାର୍ଲଡ ଅଫ ସ୍ନେକ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ଅପଲୋଡ୍ ହୋଇଛି । ଭିଡିଓ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ବ୍ୟକ୍ତି ଜଣକ ତାଙ୍କ ଜୀବନକୁ ନେଇ ଥକି ପଡ଼ିଛନ୍ତି । ଆଉ ଜଣେ ଲେଖିଛନ୍ତି , ବ୍ୟକ୍ତି ଜଣକ ଜନ୍ତୁ ଦୁଇଟିକୁ ଏପରି କାନ୍ଧରେ ପକାଇ ହଇରାଣ କରୁଛନ୍ତି । ତାଙ୍କୁ ଏପରି କରିବାର ନଥିଲା । ଯିଏବି ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି ବ୍ୟକ୍ତି ଜଣକୁ ଏପରି କରିବାକୁ ମନା କରିବାର ଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!