ବାହାଘର ପ୍ରସେସନ ସାରି ଫେରିବା ବେଳେ ଓଲଟିଲା ଗାଡି, ୧ମୃତ ୧୦ କଳାକାର ଆହତ

କଳାହାଣ୍ଡି/ଧର୍ମଗଡ଼ -: ବାହାଘର ପ୍ରସେସନ ସାରି ଫେରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ମା ମେଲୋଡି ବ୍ୟାଣ୍ଡପାର୍ଟି ଗାଡ଼ି ବାଟରେ ଭାରସାମ୍ୟ ହରାଇ ଓଲଟିଲା । ଏହାଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ କଳାକାର ଆହତ ହୋଇଛନ୍ତି । ମୃତକ ନୂଆପଡ଼ା ଜିଲ୍ଲାର ପ୍ରଫୁଲ୍ଲ ବାଗ ବୋଲି ଜଣାପଡ଼ିଛି ।

ଆପଣ ବେକାର ଅଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ କ୍ଲିକ କରି ଦେଖନ୍ତୁ ଜେ.ଇ ଶାଢୀରେ ଆପଣଙ୍କ କ୍ୟାରିଅର ଗଢନ୍ତୁ (CLICK NOW)
Advertisement

ଅନ୍ୟପକ୍ଷରେ ଆହତମାନଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ର ମା ମେଲୋଡି ବ୍ୟାଣ୍ଡପାର୍ଟିର କଳାକାରମାନେ ଗୋଲାମୁଣ୍ଡା ବ୍ଲକକୁ ଗତକାଲି ସନ୍ଧ୍ୟାରେ ବିବାହ ପ୍ରୋସେସନ ପାଇଁ ଯାଇଥିଲେ ।

ରାତିରେ ପ୍ରସେସନ ସାରି ବ୍ୟାଣ୍ଡପାର୍ଟି ଗାଡ଼ିରେ ଫେରୁଥିବା ବେଳେ ବଣ୍ଡାକୋଟରା ଛକ ନିକଟରେ ରାତି ପ୍ରାୟ ୩ ଟା ସମୟରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ପ୍ରଫୁଲ୍ଲ ବାଗଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ କଳାକାରମାନେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!