ବିଦ୍ୟାଳୟରେ ପିଲା ମାନଙ୍କୁ ଦେଲେ ପୋକରା ଚାଉଳର ବିଷାକ୍ତ ଖାଦ୍ୟ

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ବିଦ୍ୟାଳୟ ରେ ପିଲା ଖାଉଛନ୍ତି ପୋକ ମିଶା ବିଷାକ୍ତ ଖାଦ୍ୟ।ଏଭଳି ଅଭାବନୀୟ ଓ ଆଶ୍ଚଯ୍ୟର୍ ର ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ମଧ୍ୟକଛ ଗ୍ରାମରେ ଥିବା ମଧ୍ୟକଛ ସରକାରୀ ଉଚ୍ଚ ବିଦ୍ୟାଳୟ ରେ।ଯାହାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

Advertisement

ସରକାର ପିଲା ମନେ କିପରି ବିଦ୍ୟାଳୟ କୁ ଆସିବେ ଉତ୍ତମ ପାଠ ଗ୍ରହଣ କରିବେ ସେଥିପାଇଁ ପୋଷାକ ପତ୍ର ଠୁ ଆରମ୍ଭ କରି ଉତ୍ତମ ଭୋଜନ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ହାତକୁ ନେଇଛନ୍ତି। କିନ୍ତୁ ଏସବୁ ବ୍ୟବସ୍ଥା କିପରି ଅବ୍ୟବସ୍ଥା ରେ ପରିଣତ ହେଉଛି ତାହାର ନଗ୍ନ ରୂପ ଦେଖିବା କୁ ମିଳିଛି ମଧ୍ୟକଛ ସରକାରୀ ଉଚ୍ଚ ବିଦ୍ୟାଳୟ ରେ।ଯାହାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।ପିଲାଙ୍କୁ ଖାଦ୍ୟ ରେ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ।ବିଷାକ୍ତ ଖାଦ୍ୟ ଖାଇ କୋମଳ ମତି ଛାତ୍ର ଛାତ୍ରୀ ମାନେ ପେଟ କାମୁଡିବା, ବାନ୍ତି ହେବା ,ମୁଣ୍ଡ ବୁଲେଇଲା ଭଳି ନାନା ସମସ୍ୟା ଭୋଗୁଛନ୍ତି।ପିଲା ଙ୍କ ସ୍ୱଆସ୍ଥ୍ୟ ସହିତ ଭବିଷ୍ୟତ ସହ ଖେଳିବାକୁ ଚେଷ୍ଟା କରାଯାଉଛି ।

ଏଭଳି ଅଭିଯୋଗକୁ ଗ୍ରାମବାସୀମାନେ ବାରମ୍ବାର ଜଣାଉଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ଉଚ୍ଚ ପଦବୀରେ ଥିବା ଅଧିକାରୀ। ଏହାରି ଭିତରେ ଚାଉଳ ହରିଲୁଟ ହେଉଥିବାର ଅଭିଯୋଗ କରୁଛନ୍ତି ସ୍ଥାନୀୟ ଲୋକେ। ଆଗାମୀ ଦିନରେ ଅଭିଯୋଗ ଉପରେ ତଦନ୍ତ କରାଯାଇ ଦୁର୍ନୀତିରେ ଜଡିତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ବିଦ୍ୟାଳୟରେ ତାଲା ପକାଇବ ସହିତ ମୁଖ୍ୟ ରାସ୍ତାକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!