ପୁଟିନଙ୍କ ପ୍ରତିଜ୍ଞା ୧୯୪୫ ପରି ଆମେ ବିଜୟୀ ହେବୁ

ମସ୍କୋ -: ୧୯୪୫ ପରି ବିଜୟ ଆମର ହେବ ବୋଲି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନି ପରାଜୟର ୭୭ତମ ବାର୍ଷିକୀ ଅବସରରେ ପୂର୍ବତନ ସୋଭିଏତ୍ ରାଷ୍ଟ୍ରମାନଙ୍କୁ ଅଭିନନ୍ଦନ ଜଣାଇ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍ ରବିବାର ଦିନ ପ୍ରତିଜ୍ଞା କରି କହିଛନ୍ତି । ଫେବ୍ରୁଆରି ମାସରେ ୟୁକ୍ରେନ୍‌କୁ ରୁଷୀୟ ସୈନିକମାନଙ୍କୁ ପଠାଇଥିବା ପୁଟିନ୍ କହିଛନ୍ତି, ଆଜି ଆମ ସୈନିକମାନେ ସେମାନଙ୍କ ପୂର୍ବଜମାନଙ୍କ ପରି ନାଜି ଆବର୍ଜନାର ନିଜ ମାତୃଭୂମିକୁ ସ୍ୱାଧୀନ କରିବା ନିମନ୍ତେ ଆତ୍ମବିଶ୍ୱାସର ସହ ଏକଜୁଟ ହୋଇ ଲଢ଼େଇ କରୁଛନ୍ତି ।

Advertisement

୧୯୪୫ ପରି ବିଜୟ ଆମର ହେବ । ପୁଟିନ୍ ପୁଣି କହିଛନ୍ତି, ବିଭିନ୍ନ ଦେଶବାସୀଙ୍କୁ ଦୁର୍ଦ୍ଦଶାଗ୍ରସ୍ତ କରିଥିବା ନାଜିବାଦର ପୁନର୍ଜନ୍ମକୁ ପ୍ରତିରୋଧ କରିବା ହେଉଛି ଆଜି ଆମର ସମସ୍ତଙ୍କର କର୍ତ୍ତବ୍ୟ । ଆଶା କରେ ନୂଆ ପିଢ଼ି ସବୁ ସେମାନଙ୍କର ବାପା ଜେଜେଙ୍କ ସ୍ମୃତି ପ୍ରତି ଯତ୍ନବାନ ହେବେ । ଅସୁମାରି ଆତ୍ମବଳି ଦେଇ ନାଜିବାଦକୁ ବିଧ୍ୱସ୍ତ କରିଥିବା ଖାଲି ସୈନିକ ନୁହନ୍ତି ବହୁ ସାଧାରଣ ନାଗରିକମାନଙ୍କର ଦୃଷ୍ଟାନ୍ତ ମଧ୍ୟ ପୁଟିନ୍ ଦେଇଥିଲେ । ସେ କହିଲେ, ଦୁଃଖର କଥା, ଆଜି ପୁଣି ଥରେ ନାଜିବାଦ ମୁଣ୍ଡ ଟେକୁଛି ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ଯାହାକୁ ମସ୍କୋ ‘ମହାନ୍ ଦେଶାତ୍ମବୋଧକ ସଂଗ୍ରାମ’ ଆଖ୍ୟା ଦିଏ, ସେଥିରେ ପରାସ୍ତ ହୋଇଥିବା ବ୍ୟକ୍ତିମାନଙ୍କର ଆଦର୍ଶବାଦୀ ଉତ୍ତରାଧିକାରୀମାନଙ୍କୁ ବାଧା ଦେବା ହେଉଛି ଆମର ପବିତ୍ର କର୍ତ୍ତବ୍ୟ । ଏହା ବ୍ୟତିରେକେ, ସେ ସମସ୍ତ ୟୁକ୍ରେନ୍‌ବାସୀଙ୍କ ନିମନ୍ତେ ଶାନ୍ତି ଓ ସୁଖଦ ଭବିଷ୍ୟତ କାମନା କରିଛନ୍ତି । ଆଜି ମସ୍କୋ ଔପଚାରିକଭାବେ ବିଶାଳ ସାମରିକ ପରେଡ୍ କରି ନାଜି ଜର୍ମାନି ଉପରେ ହାସଲ କରିଥିବା ବିଜୟ ପାଳନ କରିବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!