ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ଆର୍‌.ପି. କଲେଜ, ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଅଭଭାବକ

କଟକ/ବଡମ୍ବା – କଟକ ଜିଲ୍ଲା ବଡମ୍ବା ବ୍ଲକର ବିଧାରପୁରଠାରେ ଥିବା ଆର.ପି. ଘରୋଇ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବାର ଗୁରୁତର ଅଭିଯୋଗ ଆସିଛି । କଲେଜର ବର୍ତ୍ତମାନ ବନ୍ଦ ହେବା ପରିସ୍ଥିତି ଆସିଗଲାଣି । ଆଗାମୀ ପିଢିଙ୍କୁ ସତର୍କବାଣୀ ଶୁଣାଇ ଅଭିଭାବକ ମାନେ କହିଛନ୍ତି ଯେ ଆମ ପିଲାଙ୍କୁ ପଛେ ଖର୍ଚ୍ଚାନ୍ତ ହୋଇ ବାହାରେ ପଢାଇବୁ କିନ୍ତୁ ଏଭଳି ଦଙ୍ଗା ସୃଷ୍ଟି କାରୀ କଲେଜରେ ପଢାଇବୁ ନାହିଁ ।

Advertisement

ସୁଚନା ମୁତାବକ ଗତ ୩ତାରିଖ ଦିନ କଲେଜରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁଥିରେ କଲେଜର ଅନେକ ଛାତ୍ର ତଥା ଅଧ୍ୟାପକ ଆହତ ହୋଇଥିଲେ । ଅଣଛାତ୍ରଙ୍କ ଗୁଣ୍ଡଗିରି ପାଇଁ ଆଜି ସାରା ଓଡିଶାରେ ଆର୍‌.ପି. କଲେଜ ବଦନାମ । ଚଳିତ ବର୍ଷ ଯୁକ୍ତ୨ର ପରିକ୍ଷା ଚାଲିଥିବା ବେଳେ ଭୟଭିତ ଅବସ୍ଥାରେ ସମସ୍ତେ କଲେଜ ଛାଡିଦେଇଥିବା ବେଳେ ସେମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ଅସୁବିଧା ହେଉଛି । ହଷ୍ଟେଲେ ଛାଡି ନିଜ ଘରେ ରହି ନିଜର ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବା ପାଇଁ ବାଧ୍ୟ ହେଉଛନ୍ତି ।

କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାଡ ଖାଇଲେ କିନ୍ତୁ ଏ ସଂକ୍ରାନ୍ତରେ ଥାନାରେ କୈାଣସି ଅଭିଯୋଗ କରିଲେ ନାହିଁ ଓଲଟି ମାଡମାରିଥିବା ଅଣଛାତ୍ରଙ୍କୁ କଲେଜର ଡାଇରେକ୍ଟର ମାନେ ଭୁଲ ମାଗି ଘଟଣାକୁ ରଫାଦଫା କରିଥିବାର ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିବା ପରେ ସାଧାରଣରେ ଏହାକୁ ଘୋର ନିନ୍ଦା କରାଯାଉଛି । ସରକାରୀ ନିୟମକୁ ଦଳିଚକଟି ବେଖାତିର କରି କଲେଜ କତ୍ତୃପକ୍ଷ ପିଲାଙ୍କ ଜିବନ ସହ ଖେଳୁଛନ୍ତି । ଯେଉଁ କଲେଜରେ ସାମାନ୍ୟ ଗଣ୍ଡଗୋଳ ହେଲେ ବନ୍ଧୁକ ଉଠୁଛି ଗୁଳି ଫୁଟୁଛି, ସେଠି କଲେଜ ପିଲାମାନଙ୍କ ଭବିଷ୍ୟତ କ’ଣ ହେବ ଆପଣ ମାନେ ଚିନ୍ତା କରନ୍ତୁ । ଏଠି ସୁଚାଇ ଦେବାକୁ ଚାହୁଁକି କଲେଜର ଫାୟାର ସେଫ୍ଟି ଲାଇସେନ୍ସ ନାହିଁ । କଲେଜର ଗୁମର ଧିରେଧିରେ ଖୋଲିବାରେ ଲାଗିଛି । ଛାତ୍ରଛାତ୍ରୀ ଭୟରେ କହିଛନ୍ତି ସମସ୍ତ ଘଟଣା ପରୀକ୍ଷା ସରି ରେଜଲ୍ଟ ବାହାରି ସାରିବା ପରେ ପ୍ରକାଶ କରିବୁ ନହେଲେ ଆମକୁ ଅସୁବିଧାରେ ପକାଇବେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!