ଏମିତି ବନାନ୍ତୁ ଚିଙ୍ଗୁଡି ଚକମା, ଖାଇଲେ ପାଟିରୁ ସ୍ୱାଦ ଛାଡିବନି

ସାଧାରଣତଃ ଚିଙ୍ଗୁଡି ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଘରେ ଏଥିରେ ବିଭିନ୍ନ ପ୍ରକାରର ଆଇଟମ ମଧ୍ୟ ରୋଷେଇ ହୁଏ । ତେବେ ଆମେ ଆପଣଙ୍କୁ ଚିଙ୍ଗୁଡିର ଏକ ନୂଆ ଚଟପଟା ଆଇଟମ ବିଷୟରେ କହିବୁ, ଯାହାର ନାଁ ହେଲା ଚିଙ୍ଗୁଡି ଚକମା । ତେବେ ଆସନ୍ତୁ ଜାଣିବା ଏହା କିଭଳି ରୋଷେଇ ହୁଏ । 

Advertisement

ସାମଗ୍ରୀ -: ୫୦୦ ଗ୍ରାମ ଚିଙ୍ଗୁଡି, ଲଙ୍କା ପାଉଡର, ଜିରା ପାଉଡର, ଗରମ ମସଲା, ହଳଦୀ, ଲୁଣ, ତେଲ ଏବଂ ଭିନେଗାର, ଶୁଖିଲା ଲଙ୍କା ଓ ଜିରା ରସୁଣଙ୍କୁ ମିଶାଇ ଏକ ପେଷ୍ଟ ।

ପ୍ରସ୍ତୁତି ପ୍ରଣାଳୀ -: ପ୍ରଥମେ ଚିଙ୍ଗୁଡିରେ ୩ରୁ ୪ ଚାମଚ ବଟା ମସଲା ଗୋଳାନ୍ତୁ । ଏହାପରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ତା’ପରେ ଛୋଟ ଚାମଚ ହଳଦୀ ଗୁଣ୍ଡ, ଅଧାଚାମ ଗରମ ମସଲା, ଅଧା ଚାମଚ ଜିରା ପାଉଡର ପକାଉ ଚିଙ୍ଗୁଡିକୁ ଗୋଲାଇ ୫ରୁ ୧୦ ମିନିଟ ରଖନ୍ତୁ । ମସଲା ଭେଦି ହେଲା ପରେ ଚିଙ୍ଗୁଡିକୁ ଗରମ ତେଲରେ ଫ୍ରାଏ କରନ୍ତୁ । ୫ରୁ ୧୦ ମିନିଟ ଫ୍ରାଏ କରିବା ପରେ ସେଥିରେ ଅଳ୍ପ ଗରମ ମସଲା ପକାନ୍ତୁ। ଏହାପରେ ଗରମ ଗରମ ପ୍ଲେଟର ଧନିଆ ପତ୍ର ପକାଇ ସର୍ଭ କରନ୍ତୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!