ତିଗିରିଆରେ ସାଧାରଣ ଲୋକମାନଙ୍କୁ ନିରୋଗ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟକେଜକୁ ଲୋକଙ୍କ ପାଖରେ ପହଞ୍ଚାଇଲେ ସରପଞ୍ଚ


ତିଗିରିଆ – ସାଧାରଣ ଲୋକମାନେ ଜୈବିକ ପଦ୍ଧତିରେ ନିଜ ବାଡିରେ ନିରୋଗ ପରିବା ଉତ୍ପାଦନ କରିବାର ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜକୁ ସାଧାରଣ ଲୋକଙ୍କୁ ବଣ୍ଟନ କରିଛନ୍ତି ତିଗିରିଆ ନିଜିଗଡ ପଞ୍ଚାୟତର ସରପଞ୍ଚ ସଂଯୁକ୍ତା ମହାନ୍ତି । ଏଥି ସହ ଜୱାଦ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ନେଇ ପାକଶାଳା ବଗିଚା କରିବା ନିମନ୍ତେ ପରିବା ମଞ୍ଜି ବଣ୍ଟନ କରାଯାଇଥିଲା । ଏହି ସଭାରେ ତିଗିରିଆ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଗୈାରହରି ପରିଡା, ଉଦ୍ୟାନ କୃଷି ଅଧି ଦର୍ଶକ ସରୋଜକାନ୍ତ ପଣ୍ଡା, ଉଦ୍ୟନ କୃଷି କର୍ମଚାରୀ ପବିତ୍ର କୁମାର ବାରିକ, ଗାୟତ୍ରୀ ବଢେଇ , ପ୍ରଶନ୍ନ କୁମାର ରାଉତ, ଦେବରାଜ ମହାନ୍ତି, ଭିଏଲଡବ୍ଲୁ ପ୍ରମୁଖ ଉପସ୍ଥିତ ରହି ସରପଞ୍ଚଙ୍କ ସମସ୍ତଙ୍କୁ ବିହନ ବଣ୍ଟନ କରିଥିଲେ । ଏହି ଭଳି ଭାବରେ ବ୍ଲକର ସମସ୍ତ ପଞ୍ଚାୟତରେ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!