କଟକରେ ଅଜଣା ମହିଳାଙ୍କ ଶବ ଉଦ୍ଧାର ବୟସ ୨୨ରୁ୨୩ ହେବ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କଟକ -: କଟକ ବିଡ଼ାନାସିଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିଡାନାସି ଥାନା ଅନ୍ତର୍ଗତ କୃଷକ ବଜାର ପାଣିଟାଙ୍କିଠାରେ ଏକ ଅଜଣା ମୃତଦେହ ଠାବ ହୋଇଛି । ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକେ ଏକ ମହିଳାଙ୍କ ମୃତ ଶରୀର ପଡିଥିବା ଦେଖି ସ୍ଥାନୀୟ ବିଡାନାସି ଥାନାରେ ଖବର ଦେଇଥିଲେ । ଖବର ପାଇ ବିଡାନାସି ଥାନା ପୁଲିସ ଓ ଅତିରିକ୍ତ ଡିସିପି ପ୍ରମୋଦ ରଥ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Advertisement

ସୂଚନାଅନୁଯାୟୀ, ବିଡାନାସି ଅଞ୍ଚଳରେ ଅଜଣା ମହିଳାଙ୍କ ମୃତ ଦେହ ଠାବ କଲେ ସ୍ଥାନୀୟ ଲୋକେ । ମୃତ ମହିଳା ଜଣଙ୍କର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବା ନେଇ ଅନୁମାନ କରାଯାଉଛି । ମହିଳା ଜଣଙ୍କର କୌଣସି ପରିଚୟ ମିଳିପାରିନାହିଁ । ମହିଳାଙ୍କ ମୃତ ଶରୀର ପାଖରେ ଏକ ଚାରି ଚକିଆ ଗାଡିର ଚକା ଦାଗ ସ୍ପଷ୍ଟ ଦେଖା ଯାଉଥିବା ବେଳେ ମଦ ବୋତଲ ମଧ୍ୟ ଠାବ କରାଯାଇଛି । ଘଟଣାସ୍ଥଳରେ ଡିସିପି ପିନାକ ମିଶ୍ର ପହଞ୍ଚି ଘଟଣାର ଖୋଳତାଢ଼ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!