ପୁଅ କରିଦେଲା ମା’ଙ୍କୁ ବିବାହ, ବାପା ପହଞ୍ଚିଲେ ଥାନାରେ …

ଉତ୍ତରାଖଣ୍ଡ -: ଏକ ଘୋର ଲଜ୍ଜାଜନକ ଖବର ଆସିଛି ଉତ୍ତରାଖଣ୍ଡରୁ । ଜଣେ ସାବତ ମା’କୁ ଜଣେ ସନ୍ତାନ ବିବାହ କରିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଖବର ଲୋକ ଲୋଚନକୁ ଆସିଲା ଯେତେବେଳେ ପୁଅର ବାପା ଥାନାରେ ଅଭିଯୋଗ କଲେ । ସୂଚନାନୁଯାୟୀ, ଉତ୍ତରାଖଣ୍ଡ ବାଜପୁରର ଏହି ଘଟଣା । ଅଭିଯୋଗକାରୀ ପିତା ୧୧ ବର୍ଷ ପୂର୍ବେ ଦ୍ୱିତୀୟ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କର ଦୁଇଟି ସନ୍ତାନ ଅଛନ୍ତି । ତେବେ ଦ୍ୱିତୀୟ ପତ୍ନୀଙ୍କ ଠାରୁ ମଧ୍ୟ ୩ ଟି ସନ୍ତାନ ଅଛନ୍ତି । ପ୍ରଥମ ପତ୍ନୀଙ୍କ ଘରକୁ ଦ୍ୱିତୀୟ ପତ୍ନୀଙ୍କର ଯିବା ଆସିବା ରହିଥିଲା ।

Advertisement

କିଛି ଦିନ ତଳେ ପତ୍ନୀ ତାଙ୍କ ମା’ଘରକୁ ଯାଇଥିଲେ । ହେଲେ ନ ଫେରିବାରୁ ଅଭିଯୋଗକାରୀ ପତ୍ନୀଙ୍କୁ ଯେତେବେଳେ ଆଣିବାକୁ ଗଲେ ନିଜ ପୁଅଙ୍କ ସହ ପତ୍ନୀଙ୍କୁ ଦେଖିବାକୁ ପାଇଲେ । ସେ ଯେତେବେଳେ ପତ୍ନୀଙ୍କୁ ଘରକୁ ଆଣିବାକୁ କହିଲେ ପତ୍ନୀ ଆସିବାକୁ ମନା କରିଦେଲେ । ପୁଅ ମଧ୍ୟ ପିତାଙ୍କ ସହ ମାରପିଟ କରିଥିଲା । ସେଠାରୁ ନିରାଶ ହୋଇ ଫେରିବା ପରେ ପୁଅ ତାଙ୍କର ସାବତ ମା’ଙ୍କୁ ବିବାହ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ଯାଞ୍ଚ ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!