ଅଙ୍ଗନୱାଡ଼ି ଦିଦିଙ୍କ ବିରୋଧରେ ଅଭିଯୋଗ, ଶିଶୁ ଖାଦ୍ୟକୁ ଲୁଟି ଖାଉଛନ୍ତି ଦିଦି

ସାଲେପୁର(ଶିଶୁ କୃଷ୍ଣ ନନ୍ଦ) -: ଅଙ୍ଗନୱାଡ଼ି ଦିଦିଙ୍କ ଦବଙ୍ଗଗିରି । ମନ ହେଲେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲୁଛନ୍ତି ନହେଲେ ନାହିଁ । ଶିଶୁ ଖାଦ୍ୟକୁ ଲୁଟି ଖାଉଛନ୍ତି ଦିଦି । ଏଭଳି ଅଭିଯୋଗ ଆସିଛି କଟକଜିଲ୍ଲା ସାଲେପୁର ବ୍ଳକ ତରିତୋ ପଞ୍ଚାୟତ ମୁରକୁଣ୍ଡି ଗ୍ରାମର ୧ନଂ ଅଙ୍ଗନବାଡ଼ି କେନ୍ଦ୍ରରୁ । କୋମଳମତି ଶିଶୁମାନେ ପାଠପଢ଼ୁଥିବାବେଳେ କୁକୁର ଆସି କେନ୍ଦ୍ର ମଧ୍ୟରେ ଶୋଉଛି ଏଥିସହ ରୋଷେଇ ଧୂଆଁରେ ଶିଶୁମାନେ ବସୁଥିବାର ଅଭିଯୋଗ ଆଣିଛନ୍ତି ଅଭିଭାବକ ।

Advertisement

ଅଙ୍ଗନୱାଡ଼ି ଦିଦି ଅଙ୍ଗନୱାଡ଼ି କେନ୍ଦ୍ର ମନଇଛା ଖୋଲୁଥିବାବେଳେ । ପିଲାମାନଙ୍କୁ କୌଣସି ଶିକ୍ଷା ଆବଶ୍ୟକୀୟ ଉପକରଣ, ସାବୁନ, ସାନିଟାଇଜର ବ୍ୟବହାରକରିବାକୁ ଦେଉନାହାନ୍ତି । ଖାଦ୍ୟର ମାନ ମଧ୍ୟ ନିମ୍ନମାନର ବୋଲି ଅଭିଯୋଗ ଆଣିଛନ୍ତି । ଅଙ୍ଗନବାଡ଼ି କେଦ୍ରର ପିଲାମାନଙ୍କ ଅଭିଭାବକ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଉ । ଏନେଇ ଅଭିଭାବକମାନେ ସାଲେପୁର ସିଡିପିଓଙ୍କ ଦୃଷ୍ଟିଗୋଚର ସହ କର୍ଯ୍ୟାନୁଷ୍ଠାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଏଭଳି ଗୁରୁତର ଅଭିଯୋଗ ପରେ ସିଡିପିଓ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!