ସଫଳତାର ମନ୍ତ୍ର, କେମିତି ଆପଣଙ୍କ ଜୀବନରେ ଅର୍ଥର ଅଭାବ ରହିବ ନାହିଁ …ମାନନ୍ତୁ ଚାଣକ୍ୟ ବାଣୀ

ଚାଣକ୍ୟଙ୍କ ଅନୁଯାୟୀ ପ୍ରତ୍ୟେକ ମନୁଷ୍ୟ ସଫଳତା ପାଇଁ ଜୀବନରେ ସଂଘର୍ଷ କରିଥାଏ । କିଛ ବ୍ୟକ୍ତିଙ୍କୁ ଏଥିରେ ସଫଳତା ମିଳିଥାଏ ତ କିଛି ବ୍ୟକ୍ତି ଏଥିରେ ଅସଫଳ ହୋଇଥାନ୍ତି । ଚାଣକ୍ୟ ନୀତି କହେ ଯେ ଅସଲ ସଫଳ ତାହା ଯିଏ ଅନ୍ୟକୁ ବି ସଫଳତା ପାଇଁ ପ୍ରେରିତ କରିଥାଏ । ନିୟମ ଓ ଅନୁଶାସନରେ ଥିବା ବ୍ୟକ୍ତି ଶୀଘ୍ର ସଫଳତା ପାଇଥାନ୍ତି ।

Advertisement

ପ୍ରତ୍ୟେକ ବ୍ୟକ୍ତି ଏକ ଖୁସୀ ଜୀବନ ବିତାଇବାକୁ ଚାହିଁଥାଏ । ହେଲେ ବାସ୍ତବରେ ଜୀବନ ସୁଖ ଦୁଃଖରେ ଚାଲିଥାଏ । ଦୁଃଖ ସମୟରେ ମନୁଷ୍ୟ ସଂଯମର ସହ କାମ କରିବା ଉଚିତ୍‌‌ । ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ ଧନ ବ୍ୟକ୍ତିର ଜୀବନରେ ଏକ ଆବଶ୍ୟକ ତତ୍ତ୍ୱ । ତେବେ ଧନର ସୁରକ୍ଷା କରିବାରେ ସବୁ ବ୍ୟକ୍ତିଙ୍କ ଜ୍ଞାନ ନଥାଏ । ଆଜି ଚାଣକ୍ୟଙ୍କ ନୀତିରେ ଜାଣିବା ଯେ କଠିନ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ ପାଇଁ ଧନର କେବେ ଅଭାବ ନଥାଏ ।

୧. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଧନର ଦେବୀ ମା’ ଲକ୍ଷ୍ମୀଙ୍କ କୃପା ତାଙ୍କ ଉପରେ ରହିଥାଏ, ଯେଉଁମାନେ ପରିଶ୍ରମୀ ହୋଇଥାନ୍ତି । ଏଥି ସହ ଜୀବନରେ ସଂଯମରେ ସବୁ କାମ କରିଥାନ୍ତି ।

୨. ନୀତି ଶାସ୍ତ୍ରରେ କୁହାଯାଇଛି ପରିଶ୍ରମୀ ଲୋକଙ୍କୁ କେବେ ବି ଆର୍ôଥକ ଅସୁବିଧା ଆସିନଥାଏ । ପରିଶ୍ରମରେ ଅର୍ଜନ କରାଯାଇଥିବା ଧନ ସୁଖ ଓ ସମୃଦ୍ଧି ସାଙ୍ଗରେ ଆଣିଥାଏ । ସମାଜରେ ପରିଶ୍ରମୀ ଲୋକଙ୍କୁ କମ ଆର୍ôଥକ ଅସୁବିଧାର ସାମନା କରିବାକୁ ପଡ଼ିଥାଏ । ସମାଜରେ ପରିଶ୍ରମୀ ଲୋକ ସର୍ବଦା ସଫଳ ହୋଇଥାନ୍ତି ।

୩. ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ଅର୍ଥର ସଂଚୟ କରିବା ଗୁଣ ସମସ୍ତଙ୍କ ପାଖରେ ନଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ ବହୁ ଭାବି ଚିନ୍ତି ଖର୍ଚ୍ଚ କରିବା ଉଚିତ୍‌‌ । ଧନ ସଂଚୟ କରିବାର ଛୋଟ ଛୋଟ ଉପାୟ ଆପଣଙ୍କୁ ବହୁତ ଲାଭ ଦେଇଥାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!