ପଟିଆଲା ସେଣ୍ଟ୍ରାଲ ଜେଲରେ ସିଦ୍ଧୁ …

ପଟିଆଲା ଜେଲରେ ସିଦ୍ଧୁ । ଆତ୍ମସମର୍ପଣ ପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାଙ୍କୁ ପଟିଆଲା ସେଣ୍ଟ୍ରାଲ ଜେଲ୍‌କୁ ପଠାଇ ଦିଆଯାଇଛି। ୧୯୮୮ ରୋଡ୍‌ ରେଜ୍‌ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମକୋର୍ଟ । ୩୪ ବର୍ଷ ପୁରୁଣା ମାମଲାର ରିଭ୍ୟୁ ପିଟିସନର ଶୁଣାଣି କରି ଦଣ୍ଡାଦେଶ ହୋଇଛି ।

Advertisement

ଏହାପରେ ଆତ୍ମସମର୍ପଣ କରିଛନ୍ତି ସିଦ୍ଧୁ। ୧୯୮୮ ମସିହା ସେପ୍ଟେମ୍ବର ୨୭ ତାରିଖରେ ପଟିଆଲାରେ କାର୍‌ ପାର୍କିଂକୁ ନେଇ ୬୫ ବର୍ଷୀୟ ଗୁରନାମ ସିଂହଙ୍କ ସହ ସିଦ୍ଧୁ ଓ ତାଙ୍କ ସାଙ୍ଗ ରୁପିନ୍ଦର ସିଂ ସନ୍ଧୁଙ୍କ ଝଗଡ଼ା ହୋଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ବୃଦ୍ଧଙ୍କୁ ମୁଥ ମାରିଥିଲେ ସିଦ୍ଧୁ । ଯେଉଁଥିରେ ଗୁରୁତର ହୋଇଥିଲେ ଗୁରନାମ ସିଂହ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସିଦ୍ଧୁ ଓ ତାଙ୍କ ସାଙ୍ଗଙ୍କ ନାଁରେ ରୁଜୁ ହୋଇଥିଲା ହତ୍ୟା ମାମଲା । ତଳକୋର୍ଟ, ହାଇକୋର୍ଟ ପରେ ମାମଲା ସୁପ୍ରିମକୋର୍ଟକୁ ଆସିଥିଲା ।

୨୦୦୬ ରେ ପଞ୍ଜାବ-ହରିୟାଣା ହାଇକୋର୍ଟ ଏହି ମାମଲାରେ ସିଦ୍ଧୁଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।ଏହାପରେ ସିଦ୍ଧୁ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ୨୦୧୮ ମେ ରେ ସିଦ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ସୁପ୍ରିମକୋର୍ଟ । ଏହା ପରେ ପୀଡ଼ିତଙ୍କ ପରିବାର ପକ୍ଷରୁ ଏହା ଉପରେ ଏକ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ ଶୁଣାଇଥିଲେ। ସିଦ୍ଧୁଙ୍କୁ ଆଇପିସିର ଧାରା ୩୨୩ ଆଧାରରେ ଗୋଟିଏ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!