କୋକସରାରେ ଭାରତ ବନ୍ଦ ସଫଳ

କୋକସରା -: ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ବୁଧବାର ୧୦ ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସମର୍ଥନ ଜଣାଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଦସ୍ୟ କ୍ଷିରସିନ୍ଧୁ ବୋଡକିଆଙ୍କ ନେତୃତ୍ୱରେ ୨୬ ନମ୍ବର ଜାତୀୟ ରାଜପଥର କୋକସରା ବସଷ୍ଟାଣ୍ଡ ନିକଟରେ ସକାଳ ୬ ରୁ ୧୨ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ବନ୍ଦ ପାଲନ କରିଥିଲେ । ଏହି ବନ୍ଦ କୁ ପଣ୍ଡରା ମାଲି ସମାଜ, ଯାଦବ ସମାଜ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସମେତ ସିଡୁଲକାଷ୍ଟ ଫେଡରେସନ ଆଦି ସଂଗଠନ ସମର୍ଥନ ଜଣାଇ ବନ୍ଦ ପାଳନରେ ସାମିଲ ହୋଇଥିଲେ ।

Advertisement

ଏଥିରେ କେନ୍ଦ୍ର ସରକାର ଦ୍ୱାରା ଓବିସି ଜାତି ଆଧାରିତ ଜନଗଣନା ନକରିବା, ଇଭିଏମ୍ ଘୋଟାଲା, ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ନିମନ୍ତେ ପୃଥକ ନିର୍ବାଚନ ମଣ୍ଡଳୀ (ପୃଥକ ଚୟନକର୍ତ୍ତା) ଲାଗୁ କରିବା, ଆଦିବାସୀ ମାନଙ୍କୁ ସେମାନଙ୍କର ଜଳ, ଜଙ୍ଗଲ ଜମିରୁ ବିସ୍ତାପନ କରିବା ବିରୋଧ, ଭଲି ୧୦ ଟି ଦାବି ନେଇ ରାଜ ରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କ ଉପରେ ବିଭିନ୍ନ ନାରା ବାଜି ଦେଇଥିଲେ ।

ଏହି ବନ୍ଦ ପାଳନରେ ଭାରତ ମୁକ୍ତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଜାଲ, ପଣ୍ଡରା ମାଲି ସମାଜର ବ୍ଲକ ସଭାପତି ବିଡୁ ନାଏକ, ଡଣ୍ଡପାଟ ଆଂଚଳିକ ସଭାପତି ଅମନ ରଣା, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଉପେନ୍ଦ୍ର ଶବର, ଭିମ ଆର୍ମୀ ନବରଙ୍ଗପୁର ଜୋନ ପ୍ରଭାରୀ ବଲଦେବ ଜାଲ, ପ୍ରଧାନୀ ବାଗ, ସିଡୁଲକାଷ୍ଟ ଫେଡରେସନ ର ଧବଲେଶ୍ୱର ନାଗ, ରମେଶ ଚନ୍ଦ୍ର ବେମାଲ, କିଶୋର ନାଗ, ପୂର୍ଣ୍ଣଚନ୍ଦ୍ର ରାଉତ, ଭଗବାନ ହଂସ, ଧନସିଂ ବାଗ, ପାର୍ଥ ଗୋପାଳ, ଜୟରାମ ମହାନନ୍ଦ, ଧବଲେଶ୍ୱର ଗହୀର, ଇଶ୍ୱର ବଚ୍ଛା, ବିଶିଷ୍ଠ ମହାନନ୍ଦ, ଟଙ୍କଧର ନାଏକ ସମେତ ବିଭିନ୍ନ ସଂଗଠନର ସଦସ୍ୟ ଯୋଗଦେଇ ଭାରତ ବନ୍ଦ କୁ ସଫଲ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!