ପୁଣି ଦାଦନର କରୁଣ ଚିତ୍ର, ହାଇଦ୍ରାବାଦକୁ ଦାଦନ ଯାଇ ନବମ ଶ୍ରେଣୀର ଛାତ୍ର ମୃତ୍ୟୁ

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକରେ ଦାଦନ ଦୁଃଖ ଥମିବାର ନାଁ ଧରୁନି । ଦିନ କୁ ଦିନ ଦାଦନ ସମସ୍ୟା ଉଗ୍ର ରୁପ ନେଇଥିବା ବେଳେ ରାଜ୍ୟ ବାହାରକୁ କାମ କରିବା ପାଇଁ ଯାଇ ଗତ ୨ ମାସ ଭିତରେ ବ୍ଳକ ରେ ୩ ଜଣ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରିଛି । ଗୁରୁବାର ହାଇଦ୍ରାବାଦ ରୁ ଗୋତମୁଣ୍ଡା ପଞ୍ଚାୟତ ପିପଲଝାପର ଗ୍ରାମ ର ଦୁର୍ଯ୍ୟୋଧନ ବିଷିଙ୍କ ପୁଅ ସୋମନାଥ ବିଷି (୧୪) ଙ୍କ ଶବ ଗାଁ କୁ ଫେରିଛି । ସୂଚନା ଅନୁସାରେ, ଗତ ୬ ମାସ ତଳେ ବାପା ଦୁର୍ଯ୍ୟୋଧନ ସହ ନବମ ଶ୍ରେଣୀରେ ପଢ଼ୁଥିବା ପୁଅ ସୋମନାଥ ହାଇଦ୍ରାବାଦ କୁ ଦାଦନ ଯାଇ ସେଠାରେ ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ ।

Advertisement

ହେଲେ ମଙ୍ଗଳବାର ସନ୍ଧ୍ୟା ରେ କାମ କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପଶ୍ୱରେ ଆସି ସୋମନାଥ ଗୁରୁତର ହେଇଥିଲା । ତାଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସୋମନାଥ ଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁବାର ତାଙ୍କର ମୃତ୍ୟୁ ଦେହ ହାଇଦ୍ରାବାଦ ରୁ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ପିପଲଝାପର ପହଞ୍ଚିବା ପରେ ପରିବାର ଲୋକଙ୍କ କାନ୍ଦ ବୋବାଳି ରେ ଗାଁ ଦାଣ୍ଡ ଫାଟି ପଡିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ତେବେ କରୋନା ସମୟରେ ଦିର୍ଘ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିବାରୁ ଗ୍ରାମାଞ୍ଚଳର ଅନେକ ଛାତ୍ର ଛାତ୍ରୀ ରାଜ୍ୟ ବାହାରକୁ ପରିବାର ସହ ଦାଦନ ଖଟିବାକୁ ଯାଇଥିବା ବେଳେ ଏ ମାନଙ୍କ ପ୍ରତି କାହାରି ଦୃଷ୍ଟି ପଡିନାହିଁ । ଫଳରେ ହଜାର ହଜାର ଛାତ୍ରଛାତ୍ରୀ ଏବେ ବି ରାଜ୍ୟ ବାହାରେ ସ୍କୁଲ ଛାଡି ଦାଦନ ଖଟୁଥିବା ଏକ ବାସ୍ତବ ଚିତ୍ର ହେଉଛି ସୋମନାଥ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଦୃଷ୍ଟି ଦେବା ସହ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!