ଚୋରୀ କରିବାକୁ ଯାଇଥିଲେ ଯୁବକ ଯମ ସହ ହୋଇଗଲା ଭେଟ …

ସୁନ୍ଦରଗଡ଼ -: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଜମପାଲିଠାରେ ବନ୍ଦ ପଡ଼ିଥିବା ଓସିଏଲ ଆଇରନ ଓ ଷ୍ଟିଲ କାରଖାନା ଛାତରୁ ଖସି ପଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ରାଜଗାଙ୍ଗପୁର ଅଞ୍ଚଳର ପୋଡ଼ସିଙ୍ଗଗ୍ରାମର ଚାମୁ ଟପ୍ପୋ ବୋଲି ଜଣାଯାଇଛି। କାରଖାନାଟି ୨ ବର୍ଷ ହେଲା ବନ୍ଦ ପଡ଼ିଥିବାବେଳେ ଯୁବକ ଛାତର ଲୁହା ଆଙ୍ଗେଲ ଚୋରି କରିବାକୁ ରାତିରେ ଚଢିଥିବା ବେଳେ ସମ୍ଭବତଃ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ଏବେ ରାଜଗାଙ୍ଗପୁରରେ ଚର୍ଚ୍ଚାର ବିଷୟ ହୋଇଛି।

Advertisement

ଆଜି ସକାଳେ ମୃତଦେହଟି କାରଖାନାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ରାଜଗାଙ୍ଗପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ୨୦୨୦ରୁ ବନ୍ଦ ପଡ଼ିଥିବା ଏହି କାରଖାନାରୁ ନିୟମିତ ଭାବେ ଲୌହ ସାମଗ୍ରୀ ଚୋରି ହେଉଥିବା ଅଭିଯୋଗ ରହିଛି। ୨ ବର୍ଷ ତଳେ କାରଖାନା ପରିସରରେ ଅନୁରୂପ ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *

error: Content is protected !!