ଦିବ୍ୟାଙ୍ଗ ବାପାଙ୍କ ମୃତ୍ୟୁ ପରେ ଏବେ ବେସାହାରା ପରିବାର , ଏବେ ଦିବ୍ୟାଙ୍ଗ ବିଧବା ମା ଉପରେ ପରିବାର ବୋଝ


ସାଲେପୁର(ଶିଶୁ କୃଷ୍ନ ନନ୍ଦ) – ବାପା ଭିକ ମାଗି ପୋଷୁଥିଲେ କିନ୍ତୁ ଏବେ ଆର ପାରିକୁ ଚାଲିଗଲେ, କେମିତି ରହିବୁ, କଣ ଖାଇବୁ, ଏବେ ଆମକୁ କିଏ ଆଉ ପୋଷିବ ମା ତ ନିଜେ ଜଣେ ଦିବ୍ୟାଙ୍ଗ ସେ ବି ଭଲସେ ଚାଲି ପାରେନା ସେ କଣ କିଛି କରିପାରିବ । ବାପା ଥିଲେ ଭିକ ମାଗି ଦୁଇ ଓଳି ଦୁଇ ମୁଠା ଖାଇ ବାକୁ ଆଣି ଦେଉଥିଲେ, ଘରର ଦାଇତ୍ୱ ବୁଝୁଥିଲେ, ଆମ ଦୁଇ ଭାଇକୁ ପାଠ ପଢାଉ ଥିଲେ କିନ୍ତୁ ଏବେ କିଏ ଆମକୁ ପାଠ ପଢ଼ାଇବ, କିଏ ଆମକୁ ଭଲରେ ଦୁଇ ମୁଠା ଖାଇବାକୁ ଦେବ ଆଉ କିଏ ମୋତେ କହିବ ଆରେ ବାୟା କାହିଁକି ଦୁଷ୍ଟ ହେଉଛୁ । ଦିବ୍ୟାଙ୍ଗ ଥିଲେ ସିନା କିନ୍ତୁ ସେ ଆମ ପାଇଁ ସବୁ କିଛି ଥିଲେ, ଭଗବାନ କାହିଁକି ଆମଠୁ ତାଙ୍କୁ ଛଡେଇ ନେଇଗଲେ ।

Advertisement

କାହିଁକି ଏତେ ନିଷ୍ଠୁର ପାଲଟିଗଲେ ଏଭଳି କଥା କହି ଛାତି ଫଟେଇ କାନ୍ଦୁଛି ପୁଅଟି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁରୁଜଙ୍ଗା ପଞ୍ଚାୟତର ସବଳକଣା ଗ୍ରାମରେ । ଆମେ କହୁଛୁ ଅରକ୍ଷିତ ଦାସଙ୍କ ପରିବାରଙ୍କ କଥା । ଯିଏକି ଛୋଟ ବେଳୁ ହିଁ ଦିବ୍ୟାଙ୍ଗ । ସ୍ତ୍ରୀ -ସୁମିତା ଦାସ ଆଉ ଦୁଇ ପୁଅ ପ୍ରଭାକର ଦାସ (ବଡ଼ ପୁଅ ) ଅଜୁ ଦାସ (ସାନ ପୁଅ ) ସହିତ ହସ ଖୁସିରେ ରହୁଥିଲେ । କିନ୍ତୁ ତାଙ୍କର ଏହି ହସ ଖୁସିର ପରିବାରକୁ ବୋଧେ ମୃତ୍ୟୁର ନଜର ଲାଗିଗଲା । ଶୁକ୍ରବାର ସମୟ ୧୨.୩୦ ସମୟରେ ଅରକ୍ଷିତ ଦାସ କୌଣସି କାମରୁ ବେଗୁନିଆପଦା ପୋଲ ପାଖରେ ଫେରୁଥିବା ସମୟରେ ହଠାତ ପଡିଯାଇଥିଲେ । ।

ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଅଭିଯୋଗ ଅନୁଯାଇ ଅଂଶୁଘାତ ଜନିତ ମୃତ୍ୟୁ । ତାଙ୍କର ମୃତ୍ୟୁ ପରେ ଏବେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପାଖରେ ଟଙ୍କାଟିଏ ବି ନାହିଁ, ଖାଇବାକୁ ବି ଦୁଇଓଳି ଭଲରେ ନାହିଁ । ସମ୍ପୂର୍ଣ ବେସାହାରା ହୋଇପଡିଛନ୍ତି ୩ଟି ଜୀବନ । ଏବେ କେବଳ ସରକାରଙ୍କ ସହାୟତା ଆଶାରେ ପରିବାର ଦେଖିବାକୁ ବାକି ରହିଲା ଏଇ ବେସାହାରା ପରିବାର ପାଖରେ ପ୍ରଶାଶନ କେବେ ପହଞ୍ଚୁଛି ଓ ସାହାଯ୍ୟ ସହଯୋଗ କରୁଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!