ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌, ଜାଣନ୍ତୁ କ’ଣ ରହିଛି ଖାସ୍‌

ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌। ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଗୁଜରାଟର ଅହମଦାବାଦରେ ଥିବା ଏହି ବଡ ଷ୍ଟାଡିୟମକୁ ୨୦୨୦, ୨୪ ଫେବୃଆରୀ ଉଦ୍‌ଘାଟନ କରାଯାଥିଲା। ଏହା ପୂର୍ବରୁ ସବୁଠାରୁ ବଡ ଷ୍ଟାଡିୟମର ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ରହିଥିଲା। ମେଲବର୍ଣ୍ଣ ଷ୍ଟାଡିୟମର କ୍ଷମତା ୧ ଲକ୍ଷ ରହିଥିବା ବେଳେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମର ଦର୍ଶକଙ୍କ କ୍ଷମତା ୧ ଲକ୍ଷ ୩୨ ହଜାର ରହିଛି।

Advertisement

ପର୍ଯ୍ୟନ୍ତ ଷ୍ଟାଡିୟମରେ ସଂପୂର୍ଣ୍ଣ କ୍ଷମତା ସହିତ କୌଣସି ମ୍ୟାଚ ଖେଳାଯାଇନାହିଁ। କାରଣ କରୋନା ଭାଇରସ ଯୋଗୁଁ କୌଣସି ମ୍ୟାଚ୍‌ ହୋଇନାହିଁ। ତେବେ ଆଇପିଏଲ୍‌ ୨୦୨୨ର ଫାଇନାଲ ମ୍ୟାଚରେ ଷ୍ଟାଡିୟମରେ ଫୁଲ୍‌ ଦର୍ଶକ ରହିବେ। ୧ ଲକ୍ଷ ୧୦ ହଜାର ଲୋକ ବସି ଖେଳ ଦେଖିବାର ମଜା ନେଇପାରିବେ। ଫାଇନାଲ୍ ମ୍ୟାଚ୍ ରାତି ୮ଟାରେ ଆରମ୍ଭ ହେବ କାରଣ ମୁକାବିଲା ପୂର୍ବରୁ ଉଦଯାପନୀ ସମାରୋହ ଆୟୋଜନ କରାଯିବ। ଆଇପିଏଲ ୨୦୨୨ର ଉଦଯାପନୀ ଉତ୍ସବ ପ୍ରାୟ ୪୫ ମିନିଟ୍‌ର ରହିବ। ଆଇପିଏଲ ୨୦୧୮ ପରେ ଏହି ଉଦଯାପନୀ ସମାରୋହ ଆୟୋଜନ ହେବାକୁ  ଯାଉଛି। ୨୦୧୯ରେ ପୁଲଓ୍ଵାମା ହମଲାର ସହିଦଙ୍କ ଶୋକରେ ଏବଂ  ୨୦୨୦ ଓ ୨୦୨୧ କରୋନା ଯୋଗୁଁ ଉଦଯାପନୀ ସମାରୋହ ଆୟୋଜନ କରାଯାଇନଥିଲା।

ଉଦଯାପନୀ ଉତ୍ସବରେ ଓସ୍କାର ପୁରସ୍କାର ବିଜେତା ପ୍ରସିଦ୍ଧ ସଙ୍ଗୀତକାର ଏଆର ରେହମାନ ଏବଂ ବଲିଉଡ ଅଭିନେତା ରଣବୀର ସିଂହ ପରିବେଷଣ କରିବେ। ଏହା ବ୍ୟତୀତ ଝାଡଖଣ୍ଡର ଛଉ ନୃତ୍ୟର କଳାକାର ନୃତ୍ୟ ପରିବେଷଣ କରିବେ। ଫାଇନାଲ୍ ମୁକାବିଲାର ପ୍ରଥମ ଇନିଂସର ଦ୍ଵିତୀୟ ଷ୍ଟାଟେଜିକ ଟାଇମ୍ ଆଉଟ୍ ସମୟରେ ଲାଲ ସିଂହ ଚଡ୍ଡା ଫିଲ୍ମର ଟ୍ରେଲର ରିଲିଜ୍ ହେବ।

– ଏହି ଷ୍ଟାଡିୟମରେ ସବୁଠାରୁ ଅଧିକ ଦର୍ଶକ ବସିବାର ବ୍ୟବସ୍ଥା କରାଯାଇଛି।

– ଷ୍ଟାଡିୟମରେ ୪ଟି ଡ୍ରେସିଂ ରୁମ୍‌ ରହିଛି। ଅନ୍ୟ ସବୁ ଷ୍ଟାଡିୟମରେ ଦୁଇଟି ଡ୍ରେସିଂ ରୁମ୍‌ ରହିଥାଏ।

– ଷ୍ଟାଡିୟମ କ୍ୟାମ୍ପସରେ ବଡ ଜିମ୍‌ ରହିଛି। ଏତେ ବଡ ଜିମ୍‌ ଦୁନିଆର କୌଣସି ଷ୍ଟାଡିୟମରେ ନହିଁ।

– ଷ୍ଟାଡିୟମରେ ଏଲଇଡି ରିଙ୍ଗ ଲାଇଟ୍‌ ରହିଛି, ଯେଉଁଠି ଖେଳିବାର ମଜା ନିଆରା ରହିଛି।

– ଷ୍ଟାଡିୟମ କ୍ୟାମ୍ପସରେ ଅଲମ୍ପିକ ସାଇଜର ସୁଇମିଂ ପୁଲ ରହିଛି, ଯାହା ଅନ୍ୟ କେଉଁଠି ନାହିଁ।

– ଷ୍ଟାଡିୟମରେ ୭୬ କର୍ପୋରେଟ ବକ୍ସିଂ ଷ୍ଟାଡିୟମରେ ରହିଛି। ଯେଉଁଠି ୨୫-୨୫ ଲୋକ ବସିବାର କ୍ଷମତା ରହିଛି।

– ଷ୍ଟାଡିୟମ କ୍ୟାମ୍ପସରେ ୩ ହଜାର କାର ୧୦ ହଜାର ବାଇକ୍‌ ରଖିବାର ପାର୍କିଂ ସୁବିଧା ରହିଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!