ମେ ୨୯ ସୋମବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ -: ଅଭିଜ୍ଞ ଲୋକଙ୍କ ମନ୍ତବ୍ୟ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେ‌ବ। ପରିଶ୍ରମ ବଳରେ ସୁଖ୍ୟାତି ଅର୍ଜନ କରିବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ହସଖୁସିରେ ସମୟ ବିତିବ।

Advertisement

ବୃଷ -: ମସ୍ତିଷ୍କରେ କ୍ୟାରିୟରକୁ ନେଇ ଅସ୍ଥିରତା ଲାଗି ରହିବ। ବେପାରରେ ଲାଭ ହେବ। ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

ମିଥୁନ -: ଆପଣ ନିଜ କାମ ନିର୍ଦ୍ଧାରିତ ସମୟରେ ପୂରା କରିବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ପ୍ରଫୁଲ୍ଲ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ‌

କର୍କଟ -: ଚେଷ୍ଟା କଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇପାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କର୍ତ୍ତୃପକ୍ଷଙ୍କ କଥା ଭଲଭାବେ ଶୁଣି ନିଜର ମତାମତ ଦିଅନ୍ତୁ।

ସିଂହ -: ଆପଣ ନିଜ କଥାରେ ଲୋକଙ୍କୁ ପ୍ରଭାବିତ କରିବେ। ଉପାୟ ବଦଳାଇଲେ କାମ ସହଜରେ ସଂପୂର୍ଣ୍ଣ ହେବ। ଏମ୍‌ବିଏ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।


କନ୍ୟା -: ପାରିବାରିକ ସୌହାର୍ଦ୍ଦ୍ୟ ବଢ଼ିବ। ବ୍ୟବସାୟ ବିଷୟରେ ଭଲ କଥା କହିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ମାନ ସମ୍ମାନରେ ବୃଦ୍ଧି ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ତୁଳା -: କାର୍ଯ୍ୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଉତ୍‌ଥାନ-ପତନ ଲାଗିରହିବ। ଜୀବନସାଥୀଙ୍କ ଠାରୁ ଶୁଭ ଖବର ପାଇବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।

ବିଛା -: ଆପଣ ନିଜ କଥା ଘର ଲୋକଙ୍କୁ ବୁଝାଇବାରେ ସଫଳ ହେବେ। ଉନ୍ନତି ପାଇଁ ନୂଆ ପଥ ଦୃଷ୍ଟିଗୋଚର ହେବ। ବ୍ୟବସାୟୀଙ୍କ ଧନଲାଭ ହେବାର ଯୋଗ ରହିଛି।

ଧନୁ -: ବେପାରକୁ ବଢ଼ାଇବା ପାଇଁ ନୂଆ ଯୋଜନା ଲାଗୁ କରିବେ। ସରକାରୀ କର୍ମଚାରୀଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ।

ମକର -: ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ।

କୁମ୍ଭ -: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ବେପାରରେ ଲାଭର ଅବସର ପାଇବେ। ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ଜୀବନସାଥୀଙ୍କ ବ୍ୟବହାରରେ ଖୁସି ରହିବେ।

ମୀନ -: ତେଜରାତି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!