ନୂଆଦିଲ୍ଲୀ -:
ସିସିଟିଭି ଦେଖିବାରୁ ଜଣାପଡ଼ିଲା ଯେ କୁନି ପିଲାଟି ମୂର୍ତ୍ତିକୁ ଲାଗିକରି ଛିଡ଼ା ହୋଇଥିଲା। ସେ ଟିକେ ଘୁଞ୍ଚିବାରୁ ମୂର୍ତ୍ତିଟି ପଡ଼ିଗଲା। ଏପରିକି ମୂର୍ତ୍ତିଟି ପଡୁଥିବା ବେଳେ କୁନି ପିଲାଟି ତାହାକୁ ଅଟକାଇବାକୁ ଚେଷ୍ଟା କରି ବି ଅସଫଳ ହୋଇଥିଲା।ଏହି ଘଟଣା ଘଟିବା ସମୟରେ କୁନି ପିଲାର ବାପା ଦୋକାନ ବାହାରେ ଫୋନରେ କଥା ହେଉଥିଲେ। ଯଦିଓ ନିଜ ପୁଅର ଅସାବଧାନତା ପାଇଁ ବ୍ୟକ୍ତି ଜଣକ ଟଙ୍କା ଦେବାକୁ ରାଜି ହୋଇ ଯାଇଥିଲେ। ମାତ୍ର ସେ ଅଭିଯୋଗ ଆଣି କହିଛନ୍ତି ଯେ ସପିଂ ମଲରେ ଯେଉଁ ମୂର୍ତ୍ତିଟି ଥିଲା ତାହା ଖୁବ୍ ଭୟଙ୍କର ଦିଶୁଥିବାରୁ କେଉଁ ବି ପିଲା ଭୟଭୀତ ହୋଇପାରେ।ମୂର୍ତ୍ତିଟିର ଦାମ ପ୍ରାୟ ୫ ଲକ୍ଷ ଟଙ୍କା ଥିବା ବେଳେ ଦୋକାନୀ ଡିସ୍କାଉଣ୍ଟ୍ କରି କୁନି ପିଲାର ବାପାଙ୍କଠାରୁ ପାଖାପାଖି ୪ ଲକ୍ଷ ଟଙ୍କା ନେଇଥିଲେ।
Discover more from bnslive.in
Subscribe to get the latest posts sent to your email.