ସବୁ କାମରେ ମିଳିବ ସଫଳତା, ମାନନ୍ତୁ ଚାଣ୍ୟକଙ୍କ ଏହି ୪ଟି ବାଣୀ …

ଚାଣକ୍ୟଙ୍କ କହିବା କଥା ଅନୁଯାୟୀ, ଯେଉଁ କାର୍ଯ୍ୟର ଆରମ୍ଭ ଭଲରେ ହୋଇଥାଏ । ଏଥିରେ ସଫଳତା ମିଳିବାର ପ୍ରବଳ ସମ୍ଭାବନା ଥାଏ । ତେଣୁ ସମସ୍ତଙ୍କୁ ଦିନର ଆରମ୍ଭ ଏହାକୁ ଧ୍ୟାନରେ ରଖି କରିବା ଦରକାର । ଆସନ୍ତୁ ଜାଣିବା ଚାଣକ୍ୟଙ୍କ କହିବା ଅନୁଯାୟୀ ଦିନର ଆରମ୍ଭ କରିବା ସମୟରେ କେଉଁ କଥା ଉପରେ ଧ୍ୟାନଦେବା ଦରକାର ।

Advertisement

୧. ସକାଳୁ ଉଠି ପ୍ରଥମେ କରନ୍ତୁ ଏହି କାମ

ଚାଣକ୍ୟ ନୀତି ଅନୁସାରେ ସକାଳେ ଶୀଘ୍ର ଉଠି ଆପଣଙ୍କୁ ପୁରା ଦିନର କାମ କରିବାର ଅଛି,ତେଣୁ ଏହାର ପ୍ରୋଗାମ ତିଆରି କରିବା କଥା । ଯେଉଁ ଲୋକ ଏହି ପ୍ରଣାଳିରେ କାମ କରିଥାନ୍ତି, ସେମାନଙ୍କ କାମରେ ସଫଳତାର ସମ୍ଭାବନା ଅଧିକ ଥାଏ ।

୨. ସ୍ୱାସ୍ଥ୍ୟର ରଖନ୍ତୁ ଧ୍ୟାନ

Chanakya Niti To Get Success In Your Life Always Remind These Things Of  Acharya Chanakya - Chanakya Niti: आचार्य चाणक्य द्वारा कही गई ये बातें बदल  देगी आपकी ज़िंदगी - Amar Ujala

ଚାଣକ୍ୟ ନୀତି ଅନୁସାରେ ମନୁଷ୍ୟକୁ ନିଜ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବା କଥା । ଯଦି ଆପଣଙ୍କ ଶରୀର ସୁସ୍ଥ ରହିବ, ତେବେ ଆପଣଙ୍କୁ ସବୁ କାମ କରିବାକୁ ମନ ଲାଗିବ । ଆପଣଙ୍କ କାର୍ଯ୍ୟ କୁଶଳତାରେ ମଧ୍ୟ ବୃଦ୍ଧି ପାଇବ । ତେଣୁ ସକାଳୁ ଉଠି ନିଜର ସ୍ୱାସ୍ଥ୍ୟ ପାଇଁ କାମ କରିବା ଦରକାର । ସୁସ୍ଥ ଶରୀର ଯୋଗୁ ଆପଣ ସଫଳତା ପାଇବେ ।

୩. ସମୟ ମ୍ୟାନେଜମେଣ୍ଟ

ଚାଣକ୍ୟ ନୀତି ଅନୁସାରେ ଯିଏ ସମୟର ମୂଲ୍ୟ ବୁଝି ନଥାଏ, ତାଙ୍କୁ କେବେ ସଫଳତା ମିଳିନଥାଏ । ଏହି ଲୋକଙ୍କ ପାଇଁ ସଫଳତା କେବଳ ଏକ ସ୍ୱପ୍ନ ହୋଇଥାଏ । ସମୟ ସହ ଯିଏ କାମ ପୁରା କରିଥାଏ ତାଙ୍କୁ ଧନ ସହ ମାନ ସମ୍ମାନ ମଧ୍ୟ ମିଳିଥାଏ । ଯେଉଁ ସମୟ ଚାଲିଯାଇଛି ତାଙ୍କ ପାଇଁ ତାହା ଆଉ ଫେରେ ନାହିଁ । ତେଣୁ ଏହି କଥାର ଧ୍ୟାନ ରଖିବା ଉଚିତ୍‌ ।

୪. ନିଜର ଲକ୍ଷ୍ୟକୁ ମଜବୁତ ରଖନ୍ତୁ

ଚାଣକ୍ୟ ନୀତି ଅନୁସାରେ, କୌଣସି ବି କାମରେ ସଫଳତା ପାଇବା ପାଇଁ ବ୍ୟକ୍ତି ତାର ଲକ୍ଷ୍ୟକୁ ଦୃଢ଼ କରବା ଦରକାର । ଲକ୍ଷ୍ୟ ହାସଲ କରିବା ପାଇଁ ଭିତରୁ ମଜବୁତ ହେବା ଦରକାର । ତେଣୁ ସର୍ବଦା ଆପଣଙ୍କ ଲକ୍ଷ୍ୟକୁ ମଜବୁତ କରନ୍ତୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!