୯ ଘଣ୍ଟାର ଜେରା ପରେ ଇଡି ଅଫିସ୍‌ରୁ ବାହାରି ଗଣମାଧ୍ୟମ ଆଗରେ ଏମିତି କହିଲେ ପ୍ରଭାତ ତ୍ରୀପାଠି

Creat A Revolution

ଭୁବନେଶ୍ୱର -: ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମାରାଥନ ଜେରା କରାଯାଇଛି। ପ୍ରାୟ ୯ ଘଣ୍ଟା ଧରି ତାଙ୍କୁ ଇଡିର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଜେରା କରାଯାଇଥିଲା। ଅର୍ଥତତ୍ତ୍ୱ ଗ୍ରୁପ୍ (ଏଟି ଗ୍ରୁପ୍‌) ସହ ହୋଇଥିବା ଟଙ୍କା କାରବାର ସଂପର୍କରେ ତାଙ୍କୁ ଜେରା କରାଯାଇଥିବା ଜଣାପଡ଼ିଛି। ଆଜି ହାଜର ହେବାକୁ ଇଡି ପକ୍ଷରୁ ତାଙ୍କୁ ନୋଟିସ୍ କରାଯାଇଥିଲା। ଅର୍ଥତତ୍ତ୍ୱ ଗ୍ରୁପରୁ ୪୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗରେ ୨୦୧୪ ଅକ୍ଟୋବର ୩୧ରେ ଗିରଫ ହୋଇଥିଲେ ପ୍ରଭାତ ତ୍ରିପାଠୀ।

ସିବିଆଇ ତାଙ୍କୁ ଗିରଫ କରିଥିଲା। ୨୦୧୫ ମାର୍ଚ୍ଚରେ ସେ ଜାମିନ ପାଇଥିଲେ। ଏହା ପରେ ଏହି ମାମଲାରେ ୨୦୧୯ରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଥିଲେ। ଆଜି ପୁଣି ସେ ଇଡିରେ ହାଜର ହୋଇଥିଲେ। ତାଙ୍କୁ ଇଡିର ଏକ ୫ ଜଣିଆ ଟିମ୍ ମାରାଥନ ପଚରାଉଚରା କରିଛି। ଇଡି ଅଫିସ୍‌ରୁ ବାହାରିବା ପରେ ପ୍ରଭାତ କହିଛନ୍ତି ଯେ ତାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା। ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ୍ ଯାଞ୍ଚ କରିବାକୁ ସେମାନେ ଡାକିଥିଲେ। ଏହାଠୁ ଅଧିକ ସେ କିଛି କହିପାରିବେନି ବୋଲି କହିଥିଲେ।


Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!
Verified by MonsterInsights