ସ୍ତ୍ରୀର ନାକକୁ କାମୁଡି ଛିଣ୍ଡାଇଦେଲା ସ୍ୱାମୀ, ଗୁରୁତର ଭାବରେ ମେଡିକାଲରେ ଭର୍ତ୍ତି

ତେଜବାପୁର କୋତବାଲି ଦେହାତ ଅନ୍ତର୍ଗତ ବେଦନାପୁରରେ ବାସ କରୁଥିବା ଜଣେ ମହିଳାଙ୍କର କିଛି ଦିନ ତଳେ ତାଙ୍କ ସ୍ୱାମୀଙ୍କ ସହିତ ଜୋରସୋର ଝଗଡା ହୋଇଥିଲା । ଏହା ପରେ ସେ ମହିଳା ଜଣଙ୍କ ନିଜ ବାପଘରକୁ ଚାଲି ଯାଇଥିଲେ । ଆଉ ଏହି ଶନିବାର ମହିଳାଙ୍କ ସ୍ୱାମୀ ସ୍ତ୍ରୀଙ୍କ ବାପଘରେ ଯାଇ ପହଞ୍ଚିଥିଲେ ଆଉ କ୍ଷମା ମାଗି ତାଙ୍କୁ ଘରକୁ ଫେରେଇ ଆଣିଥିଲେ । ଆଉ ଘରେ ପହଂଚନ୍ତେ ଆଉ ଦୁଇ ସହଯୋଗୀଙ୍କ ସହିତ ମିଶି ସେ ନିଜ ସ୍ୱାମୀଙ୍କ ନାକକୁ କାମୁଡି ଧରିଥିଲେ । ଖାଲି ସେତିକି ନୁହେଁ ଦାନ୍ତରେ ଚୋବେଇ ଦେଇଥିଲେ | ଯେଉଁଥିରେ ମହିଳା ଜଣଙ୍କ ଗମ୍ଭୀର ଭାବେ ଆହତ ହୋଇ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି ।

Advertisement

ଆଉ ପରିବାର ଲୋକଙ୍କ ପରାମର୍ଶ କ୍ରମେ ପୋଲିସ ମୋକଦ୍ଦମା ଦାୟର କରି ଆରୋପିଙ୍କୁ ଗିରଫ କରିଛନ୍ତି । କହିରଖିବା ଉଚିତ ହେବକି ଆରୋପି ବ୍ୟକ୍ତି ଜଣଙ୍କ ବିଜୁଳି ବିଭାଗରେ କାର୍ଯ୍ୟ କରନ୍ତି । ବ୍ୟକ୍ତି ଜଣଙ୍କର କିଛି ଦିନ ତଳେ ତାଙ୍କ ପତ୍ନୀଙ୍କ ସହିତ ଜୋରଶୋର ଝଗଡା ହୋଇଥିଲା । ଆଉ ଏହି ଝଗଡା ପରେ ସ୍ତ୍ରୀ ରଜନୀ ନିଜ ବାପଘର ଗୋଣ୍ଡା ଚାଲିଯାଇଥିଲେ । ଆଉ ପରେ ନିଜ ସ୍ତ୍ରୀକୁ ଆଣିବାକୁ ସ୍ୱାମୀ ଜ୍ଞାନଦତ୍ତ ଗୋଣ୍ଡ ନିଜ ଶ୍ୱଶୁର ଘରେ ଯାଇ ପହଂଚିଥିଲେ ।

ଆଉ ସେଠାରେ ଯାଇ ସ୍ତ୍ରୀ ତଥା ତା ପରିବାରକୁ ବୁଝାସୁଝା କରିବା ସହିତ ତାଙ୍କୁ ଫେରେଇ ଆଣିଥିଲେ । ଦୁହେଁ ଗୋଣ୍ଡରୁ ବେହରାଇଚ ଦେଇ ବେଦନାପୁର ଯାଉଥିଲେ । ଏହି ସମୟରେ ସମୟର ସୁଯୋଗ ନେଇ ନିଜର ଦୁଇ ସହଯୋଗୀଙ୍କ ସହାୟତାରେ ସ୍ତ୍ରୀ ରଜନୀଙ୍କୁ ଧରି ନିଜ ଦାନ୍ତରେ ନାକକୁ ଚୋବାଇ ଦେଇଥିଲେ । ଆଉ ଏହିଥିରେ ରଜନୀ ଖୁବ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଉ ପରେ ତାଙ୍କୁ ଚିକିତ୍ସା ପାଇଁ ଏକ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!